csstore

ଜାମୁଟ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଜାମୁଟ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁକ୍ରବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଜଳାଶୟରୁ ମହିଳାମାନେ ଏକ ବିଶାଳ ଶୋଭଯାତ୍ରାରେ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଗ୍ରାମର ଶତାଧିକ ପୁରୁଷମହିଳା ଘଣ୍ଟ, ଶଙ୍ଖ, ଖୋଳ, ସଂକୀର୍ତ୍ତନ୍ୟ ସହ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଶନିବାର ସକାଳୁ ନାମଯଜ୍ଞ ଆରମ୍ଭ ହେବ । ଏହି ପ୍ରହରୀରେ ପୂଜା କର୍ତ୍ତା ଭାବେ ବିକ୍ରମ ପୁଟେଲ ଓ ତାଙ୍କ ପତ୍ନୀ ଶ୍ରୀମତୀ ପୁଟେଲ, ପୂଜକ ଭାବେ ବିଘ୍ନରାଜ ତ୍ରିପାଠୀ ଓ ଜପକ ରୂପେ ସତ୍ୟବାନ ଶତପଥୀ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଆୟୋଜକ କମିଟି ସଭାପତି ନୂଆ ଭୋଇ, ଉପସଭାପତି କୁମୁଦ ଭୋଇ, ସମ୍ପାଦକ ସୁବ୍ରତ ପଟ୍ଟନାୟକ, ସହ ସମ୍ପାଦକ ରଞ୍ଜିତ ପୁଟେଲ, କୋଷାଧ୍ୟକ୍ଷ ଜୟନ୍ତ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ଉପଦେଷ୍ଟା ଶରତ ପଟ୍ଟନାୟକ, ଯୁଧିଷ୍ଠିର ଭରାସଗରିଆ, ବୈଷ୍ଣବ ଭୋଇ, ସୁରେନ୍ଦ୍ର ପୁଟେଲ, ଲୁନା ପଟ୍ଟନାୟକ ପ୍ରମୁଖଙ୍କ ସହ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଷୋହଳ ପ୍ରହରୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ବଛା ବଛା ସଙ୍କୀର୍ତ୍ତନ୍ୟ ଦଳଗୁଡିକ ଯୋଗଦେଇ ହରେକୃଷ୍ଣ ହରେରାମ ମହାମନ୍ତ୍ର ନାମ ପରିବେଷଣ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି ।

jayashree
Leave A Reply

Your email address will not be published.