centurian jitm

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଓଡ଼ିଶା ଡ୍ରାଇଭର ମହାସଂଘର ସେବା କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଯାଇଛି । ପ୍ରତ୍ୟେକ ଦିନ ପାରାୟଣ ପଠନ, ବୈଠକି କୀର୍ତ୍ତନ, ଗଙ୍ଗା ଆରତୀ, ନାମଯଜ୍ଞ, ଇନ୍ଦ୍ରଦ୍ୟୁମ୍ନ ଦରବାର ଓ ମିନାବଜାର ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ତରଫରୁ ପ୍ରତ୍ୟେକ ଦିନ ଏଠାରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଛତ୍ରର ବ୍ୟବସ୍ଥା କରାଯାଇଥିଲା । ଅସମ୍ଭାଳ ଭିଡ଼କୁ ଆଖି ଆଗରେ ରଖି ଓଡ଼ିଶା ଡ୍ରାଇଭର ମହାସଂଘ ବୁଡ଼ାମାଲ ଗ୍ରାମପଞ୍ଚାୟତ ସଭାପତି ଶିବ ସାହୁଙ୍କ ନେତୃତ୍ୱରେ ଦହିତା, କଟାବାହାଲ ଓ ବୁଡ଼ାମାଲ ସଂଘର ଉପସଭାପତି ପିତାମ୍ବର ମେହେର, ସମ୍ପାଦକ ଦିଲ୍ଲୀପ ବେହେରା, ବିଜୟ ରଞ୍ଜନ ମେହେର, ଦହିତା ସଭାପତି କିଶୋର ବଡମାଲି, ଡମ୍ବରୁଧର ମେହେର, କୋଷାଧ୍ୟକ୍ଷ ରମେଶ ରଣା, ଜଗନ୍ନାଥ ପଧାନଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇ ସକାଳ ୧୦ଟା ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତେ ଯାତ୍ରା ଦେଖିବାରେ ବ୍ୟସ୍ତ ଥିବା ସମୟରେ ଡ୍ରାଇଭର ମାନଙ୍କ ଏଭଳି ସେବା କାର୍ଯ୍ୟକୁ ଦେଖି ପୂଜା କମିଟି ଓ ଗ୍ରାମବାସୀ ଖୁବ ପ୍ରଶଂସା କରିଥିବା ବେଳେ ଶବର ରାଜା ବିଶ୍ଵାବସୁଙ୍କ ଦରବାରରେ ରାଜା ବିଶ୍ଵାବସୁ କମିଟିର ସଭାପତି ତଥା ଗ୍ରାମର ଗୌନ୍ତିଆ ମନୋରଞ୍ଜନ ସାହୁ ଏବଂ ସମ୍ପାଦକ ଶେଷଦେବ ଦାଶ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.