csstore

ବାପାଙ୍କୁ ହାତୁଡ଼ି ସାହାର୍ଯ୍ୟରେ ମୁଣ୍ଡକୁ ପିଟି ପିଟି ହତ୍ୟା କଲା ପୁଅ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ବୃଦ୍ଧ ବାପାକୁ ନିଶାସକ୍ତ ପୁଅ ନିର୍ମମ ଭାବରେ ହାତୁଡ଼ିରେ ପିଟିପିଟି ହତ୍ୟା କରିଛି । ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଲାମପଦର ଗାଁର ଡକେଣା ଦିଗାଲ ରାତିରେ ବାହାରକୁ ପରିସ୍ରା କରିବାକୁ ଆସିଥିବା ବେଳେ ପୁଅ ସୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ଘର ବାହାରେ ବାପାଙ୍କୁ ଗାଳି ଦେବା ପରେ ଉତ୍ତ୍ୟକ୍ତ ହୋଇ ହାତୁଡ଼ିରେ ମୁଣ୍ଡକୁ ପିଟି ଚାଲିଥିଲେ । ଫଳରେ ଘଟଣାସ୍ଥଳରେ ବୃଦ୍ଧ ବାପା ଟଳି ପଡିଥିଲେ । କିଛି ସମୟ ପରେ ସ୍ୱାମୀ ଘରକୁ ନଯିବାରୁ ମୃତକଙ୍କ ସ୍ତ୍ରୀ ବାହାରକୁ ଆସି ଦେଖିଥିଲେ କିନ୍ତୁ ସେତେବେଳକୁ ଡକେଣା ଦିଗାଲଙ୍କ ମୃତ୍ୟୁ ହୋଇସାରିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ପୁଅ ସୁରଜ ଦିଗାଲକୁ ଗିରଫ କରିଛି । ହତ୍ୟାକାରୀ ପୁଅ ସମସ୍ତ ଘଟଣାକୁ ସ୍ୱୀକାର କରିବା ସହ ମଦ ନିଶାରେ ଏଭଳି ଘଟାଇଥିବା ବଖାଣିଛି ।

jayashree
Leave A Reply

Your email address will not be published.