csstore

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିବସ ” ସଚେତନ ହେଲେ ଅଂଶୁଘାତରୁ ରକ୍ଷା ପାଇବା”

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ଆର.ହାଇସ୍କୁଲର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ପ୍ରାର୍ଥନା ଓ ଯୋଗାଭ୍ୟସ କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ରଙ୍କ ପ୍ରତ୍ୟକ୍ଷ ତାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ ଯୋଗଦେଇ ଗ୍ରୀଷ୍ମ ପ୍ରଭାବ ଜନଜୀବନକୁ ପ୍ରଭାବିତ କରିବା ସଂପର୍କରେ କହିବା ସହ ସମସ୍ତ ପରାମର୍ଶଦାତାଙ୍କୁ ନିଜ ନିଜ ବିଦ୍ୟାଳୟରେ ଅଂଶୁଘାତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ନମିତା ମିଶ୍ର ଅଂଶୁଘାତ ସତର୍କତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଅଂଶୁଘାତର ଲକ୍ଷଣ, ଅଂଶୁଘାତର ପ୍ରତିକାର, ଅଂଶୁଘାତ ପୂର୍ବରୁ କେଉଁ ସତର୍କତା ଅବଲମ୍ବନ କରିବା ସେ ସଂପର୍କରେ ବିସ୍ତୃତ ଭାବେ ବକ୍ତବ୍ୟ ଦେବା ସହ ସଚେତନ ହେଲେ ଅଂଶୁଘାତରୁ ରକ୍ଷା ପାଇବା ବୋଲି କହିଥିଲେ । ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ ରକ୍ତ ଦାନ ର ମହତ୍ୱ ସଂପର୍କରେ ଆଲୋଚନା କରିବା ସହ ସଂପ୍ରତି ଦେଖାଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ୱେଚ୍ଛାକୃତ ରକ୍ତ ଦାନ ପାଇଁ ଆଗେଇ ଆସିବାକୁ ପରାମର୍ଶଦାତାମାନଙ୍କୁ ଆହ୍ୱାନ ଦେଇଥିଲେ । ଶିବିରରେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ, ରଶ୍ମିରାଣୀ ଦାଶ, ପ୍ରଭାକର ଛନ୍ଦ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅରବିନ୍ଦ କୁମ୍ଭାର ପ୍ରମୁଖ ଯୋଗଦେଇ ପ୍ରାଥମିକ ଚିକିତ୍ସା, ଗୁଡ ସମରିଟାନ ଲ,ସିପିଆର୍, ଛାତିରେ ଯନ୍ତ୍ରଣା, ହୃଦଘାତ, ଅଣନିଶ୍ୱାସୀ ଅନୁଭବ କଲେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । କ୍ୟାମ୍ପ ପର୍ଯ୍ୟବେକ୍ଷକ ଭାବେ ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.