oom

କପିଲାଭଟାରେ ମାଁ ସାହାଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧାମନଡ଼ଙ୍ଗା ଚାମ୍ପିଆନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଚାଲିଥିବା ମାଁ ସାହାଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧାମନଡ଼ଙ୍ଗା ଓ ବରତୁଣ୍ଡା ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିରେ ବରତୁଣ୍ଡା ଦଳ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ୱିକେଟ ହରାଇ ୬୮ ରନ ସଂଗ୍ରହ କରିଥିଲା । ଜବାବରେ ଧାମନଡ଼ଙ୍ଗା ବ୍ୟାଟିଂ କରି ୭ ଓଭରରେ ୪ ୱିକେଟ ହରାଇ ୬୯ ସଂଗ୍ରହ କରି ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା । ରିକି ବାଗ ଓ ଭୂତେଶ୍ୱର ହଂସ ଖେଳ ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମାଁ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ସମ୍ମାନିତ ଅତିଥି ଭାବେ ରୋଶନ ବିଶି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ନରେଶ ଓ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ଫକୀରଙ୍କୁ ବିବେଚିତ କରି ଟ୍ରଫି ପ୍ରଦାନ କରିଥିଲେ । ପରମାନନ୍ଦ ଛତ୍ରିଆ ଧାରାବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.