centurian jitm

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ସରକାର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱୀପ ପ୍ରଜ୍ଜଳନ ଓ ପୂଜାର୍ଚ୍ଚନା ପରେ ସଂପାଦକ ଅଶୋକ କୁମାର ଚାନ୍ଦ ସଂପାଦକୀୟ ବିବରଣୀ ତଥା କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ଗତ ଫେବୃୟାରୀ ମାସରେ ନାରାୟଣ ପାଢୀ ସଭାପତି ପଦରୁ ଦେଇଥିବା ଇସ୍ତାଫା ସର୍ବ ସମ୍ମତ୍ତି କ୍ରମେ ଗୃହିତ ହୋଇଥିଲା । ମଂଚର ସଦସ୍ୟମାନେ ଆଲୋଚନା ମାଧ୍ୟମରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏବଂ ଷ୍ଟେଟ ବ୍ୟାଙ୍କ / ରେଳଷ୍ଟେସନ / ପୋଷ୍ଟ ଅଫିସ ତଥା ଡାକ୍ତରଖାନାରେ ବରିଷ୍ଠ ନାଗରିକମାନଙ୍କ ସ୍ୱତନ୍ତ୍ର ସେବା ବ୍ୟବସ୍ଥା ତଥା ସହରରେ ବଢୁଥିବା ପ୍ରଦୂଷଣ ଏବଂ ପରିମଳ ଅବ୍ୟବସ୍ଥା ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପଦକ୍ଷେପ ପାଇଁ ମତପ୍ରକାଶ ପାଇଥିଲା । ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ କ୍ଷେତ୍ରରେ ସୁବ୍ୟବସ୍ଥା ପାଇଁ କମିଟି ଗଠନ କରିବା ପାଇଁ ମତପ୍ରକାଶ ପାଇଥିଲା । ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଥିବାରୁ ତାର ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ପାଇଁ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ନିଆଗଲା । ମଂଚର ପରିବର୍ତ୍ତି ନିର୍ବାଚନ ଆସନ୍ତା ଜୁନ ୨୦୨୫ ରେ ହେବା ପାଇଁ ସର୍ବ ସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତି କାର୍ଯ୍ୟକାରୀ ବୈଠକରେ ନିର୍ବାଚନ ତାରିଖ ତଥା ପରିଚାଳନାର ରୂପରେଖ ପ୍ରସ୍ତୁତି ନିମନ୍ତେ ନିଷ୍ପତ୍ତି ନିଆଗଲା । ମଂଚର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଆଗକୁ ନେବା ପାଇଁ ପ୍ରଫୁଲ୍ଲ ସାହୁଙ୍କୁ କମିଟି ଗଠନ ମାଧ୍ୟମରେ ଦାୟିତ୍ୱ ଦିଆଗଲା । ଶେଷରେ ବରିଷ୍ଠ ସଭ୍ୟ କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.