ପ୍ରହସନ ପାଲଟୁଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ପ୍ରତି ସୋମବାର ହେଉଥିବା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଏବେ ନାମକୁ ମାତ୍ର ହେଉଥିବା ଦେଖିବାକୁ ମିଳିଛି । ଗତ ସୋମବାର ଓଡ଼ିଆପାଲି ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିରରେ ମାତ୍ର ଦଶଜଣ ଅଭିଯୋଗକାରୀ ମଧ୍ୟରେ ସୀମିତ ଥିବା ବେଳେ ଅନୁରୂପ ବେନ୍ଦେର ପଞ୍ଚାୟତରେ ସୋମବାର ହୋଇଥିବା ଅଭିଯୋଗ ଶୁଣାଣି ଶିବିର ଦଶଜଣ ଅଭିଯୋଗକାରୀ ମଧ୍ୟ ଉପସ୍ଥିତ ହୋଇ ପାରି ନ ଥିଲେ । ଗୋଟିଏ ପଟରେ ଦିନ ୧୦ଟାରେ ସମସ୍ତ ଅଭିଯୋଗକାରୀ ମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ କହି ନିଜେ ବ୍ଲକ ପ୍ରଶାସନ ପ୍ରାୟ ଦିନ ୧୨ଟାରେ ପହଞ୍ଚିଥିଲେ । ଅନ୍ୟପକ୍ଷରେ ଦିନ ୧୦ଟାରୁ ଅଭିଯୋଗକାରୀ ପ୍ରବଳ ତାତିରେ ପ୍ରଶାସନକୁ ଅଭିଯୋଗ ପାଇଁ ଅପେକ୍ଷା କରିଥିଲେ । ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ବିକଳାଙ୍ଗ ବ୍ୟକ୍ତି ରହିଥିବାର ଦେଖିବାକୁ ମିଳିଥିଲା । ଏହିଭଳି ଅଭିଯୋଗ ଶୁଣାଣି ଶିବିର ଆୟୋଜନରେ ବ୍ଲକ ପ୍ରଶାସନ ପ୍ରାୟ ପ୍ରତ୍ୟେକ ପଞ୍ଚାୟତରେ ଅପମାନିତ ହେଉଥିବା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରକୁ ଏକ ପ୍ରହସନ ଶିବିର ବୋଲି ଅଭିଯୋଗକାରୀମାନେ ମଧ୍ୟ ଉପହାସ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଥମଥର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଗୋଟିଏ ଗୋଟିଏ ପଞ୍ଚାୟତରେ ଶହ ଶହ ଅଭିଯୋଗ ଆସୁଥିଲା । କିନ୍ତୁ ଏହାର ପରବର୍ତ୍ତୀ ସମୟରେ ଅଭିଯୋଗ ଶିବିରକୁ ଅଭିଯୋଗକାରୀଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ଲାଗିଲା । ଏଥିରୁ ଜଣାପଡେ ଯେ ଅଭିଯୋଗକାରୀ ଅଭିଯୋଗର କୌଣସି ନିଷ୍କର୍ଷ ନପାଇ ଆଉ ବାରମ୍ବାର ଅଭିଯୋଗ କରିବା ପାଇଁ ଅଭିଯୋଗ ଶୁଣାଣି ଶିବିରକୁ ଆସୁ ନଥିବା ବେଳେ ପ୍ରଶାସନ ଏହାକୁ ସମସ୍ତଙ୍କର ଆପତ୍ତି ଅଭିଯୋଗ ଆସିଥିବା ତଥା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ଲୋକେ ଦାଦନ ଯାଇଥିବାରୁ ଅଭିଯୋଗ କମ୍ ଆସୁଥିବା କହି ନିଜର ସଫେଇ ଦେଇ ଚୁପ୍ ରହି ନିଜ ଦୋଷକୁ ଏଡାଇ ଦେଉଛି । ତେବେ ବେନ୍ଦେର ପଞ୍ଚାୟତରେ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗକାରୀ ଓ ପ୍ରଶାସନର ତାଳ ମେଲ ଦେଖିବାକୁ ମିଳିଥିଲା ଯେ ପ୍ରଶାସନ କହୁଛି ଅଭିଯୋଗ ଶିବିର ପାଇଁ ପ୍ରଚାର ପ୍ରସାର କରାଯାଉଛି ଅନ୍ୟ ପକ୍ଷରେ ଅଭିଯୋଗକାରୀ କହୁଛନ୍ତି ଆମକୁ ପଞ୍ଚାୟତରେ ମିଟିଂ ହେବ ଏବଂ ଔଷଧ ଦିଆଯିବ । ଅଭିଯୋଗର ସମୟ ଦିନ ୧୦ଟା ଥିବା ବେଳେ ଅଧିକାରୀ ଆସୁଛନ୍ତି ଦିନ ୧୨ଟାରେ । ଏହା ସହିତ ଅଭିଯୋଗକାରୀ ଘଣ୍ଟା ଘଣ୍ଟା ଧରି ଖରାରେ ଭୋକ ଶୋଷରେ ଅଭିଯୋଗ ପାଇଁ ଅଧିକାରୀଙ୍କୁ ଅପେକ୍ଷା କରି ରହୁଛନ୍ତି । ଯଦି ଏହିଭଳି ଚାଲିବ ତେବେ ତେବେ ଅଭିଯୋଗ ଶୁଣାଣି ଶିବିର ଏକ ପ୍ରହସନରେ ପରିଣତ ହେବ ବୋଲି ଅଭିଯୋଗକାରୀଙ୍କ ପାଖରୁ ମତ ପ୍ରକାଶ ପାଉଛି । ତେବେ ସେ ଯାହା ହେଉନା କାହିଁକି ଏହା ଅଭିଯୋଗ ଶୁଣାଣି ଶିବିରକୁ ପ୍ରାୟ ୫ ଜଣ ଅଭିଯୋଗକାରୀ ଘଣ୍ଟା ଘଣ୍ଟା ଧରି ଅଧିକାରୀଙ୍କୁ ଅପେକ୍ଷା କରି ନିଜ ଦୁଃଖ ଗୁହାରି କରିଥିବା ବେଳେ ଏହି ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା, କନିଷ୍କ ବିଭାର, ପିଇଓ କ୍ଷମାନିଧି ବାଗ, ସରପଞ୍ଚ ସସ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ତେଜରାଜ ମାଝୀ, ପଞ୍ଚାୟତ ୱାର୍ଡ ସଭ୍ୟମାନେ ଉପସ୍ଥିତ ରହି ଅଭିଯୋଗ ବୁଝିଥିଲେ ।

jittmm
Leave A Reply

Your email address will not be published.