ସରପଞ୍ଚଙ୍କ ଅଭିଯୋଗକୁ ନେଇ ରାଗିଗଲେ ଜିଲ୍ଲାପାଳ : ସଇଁତଲାରେ ଯୁଗ୍ମ ଜନ ଶୁଣାଣି ଶିବିର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୌରବ ଶିବାଜୀ ଇସଲୱାର ଯୋଗଦେଇ ଲୋକଙ୍କ ୫୨ଟି ଅଭିଯୋଗ ମଧ୍ୟରୁ ବିଭିନ୍ନ ସମସ୍ୟାର ସମାଧାନ ହୋଇଥିବା କହିଥିଲେ । ହେଲେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଦୀର୍ଘ ୧୦ ବର୍ଷ ହେବ କାହିଁକି ବାଦୀପଡା ବ୍ରିଜ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଅଭିଯୋଗ କରିବାରୁ ବେଶୀ ଭାଷଣ ମାରନ୍ତୁ ନାହିଁ ବୋଲି କହି ଜିଲ୍ଲାପାଳ ସରପଞ୍ଚଙ୍କୁ ରାଗିଯାଇ ଥିବାବେଳେ ସରପଞ୍ଚ ସଂଘ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି । ଏହି ଅଭିଯୋଗ ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.