
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟୟନ କରୁଥିବା ଏହି ଅନୁଷ୍ଠାନର ଅଷ୍ଟମ ଶ୍ରେଣୀର ୨୪ଜଣ ଛାତ୍ରଛାତ୍ରୀ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନିଆରା ସମ୍ମିଳନୀ ମଧ୍ୟରେ କେକ୍ କାଟି ଏକ ଭବ୍ୟସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଏହି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମସ୍ତେ ବିଦାୟ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଭେଟି ସ୍ୱରୂପ ବିଦାୟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରି ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ଶିକ୍ଷୟିତ୍ରୀ ସଫଳା ମିଶ୍ର, ସରୋଜିନୀ ମିଶ୍ର, ପ୍ରିୟଦର୍ଶନୀ ସ୍ୱାଇଁ, ଶିକ୍ଷକ ନୀଳମଣି ଦୀପ ପ୍ରମୁଖ ସାମିଲ ହୋଇଥିଲେ ।