csstore

ଧୁମ୍‌ଧାମ୍‌ରେ ପାଳିତ ହେଲା ଟିଟିଲାଗଡ଼ ଓମ୍‌ ଭ୍ୟାଲି ସ୍କୁଲର ପ୍ରତିଷ୍ଠା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୦୦୪ ମାର୍ଚ୍ଚ ୨୪ ତାରିଖରେ ସ୍ଥାନୀୟ ରଘୁନାଥ ପଡ଼ାର ଏକ ଭଡ଼ା ଘରେ ୩୧ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଥମେ ଆରମ୍ଭ ହୋଇଥିଲା ଓମ ଭ୍ୟାଲି ସ୍କୁଲ । ଧୀରେ ଧୀରେ ସ୍କୁଲର ପାଠ୍ୟକ୍ରମ ଦଶମ ବୋର୍ଡ, ତାପରେ ଯୁକ୍ତ ଦୁଇ ଯାଏଁ ପହଞ୍ଚି ଗଲାଣି । ଦୀର୍ଘ ୨୧ ବର୍ଷର କଠିନ ପରିଶ୍ରମ ପରେ ଆଜି ସହରର ଏକ ପ୍ରତିଷ୍ଠିତ ସ୍କୁଲ ଭାବେ ପରିଚିତ ହୋଇପାରିଛି ଓମ ଭ୍ୟାଲି ସ୍କୁଲ । ମାର୍ଚ୍ଚ ୨୪ ତାରିଖକୁ ସ୍କୁଲର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଦିନ ସ୍କୁଲ ଚେୟାରମେନ ଦୀପକ ସାହୁଙ୍କ ଜନ୍ମ ଦିନ ମଧ୍ୟ । ଏହି ପରିପ୍ରେକ୍ଷୀରେ ସର୍ଗିଗୁଡ଼ା ଜୁନିଅର ୱିଂସରେ ସ୍କୁଲର ପ୍ରତିଷ୍ଠା ଦିବସ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ଚେୟାରମେନ ଦୀପକ ସାହୁଙ୍କ ଅନୁରୂପ ଚିତ୍ର ଆଙ୍କିଥିବା ଫଟୋକୁ ସ୍କୁଲ ଛାତ୍ରଛାତ୍ରୀମାନେ ଉପହାର ଭେଟି ଦେଇଥିଲେ । ଏହାପରେ ସ୍କୁଲ ଚେୟାରମେନ ମ୍ୟାନେଜମେଣ୍ଟ ସଦସ୍ୟ ଓ ଅତିଥିଙ୍କ ଗହଣରେ କେକ କାଟି ଖୁସି ମନାଇଥିଲେ । ଏହି ଅବସରରେ ସ୍କୁଲକୁ ସମର୍ଥନ ଜଣାଇଥିବା ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଓ ଏଠାରୁ ଛାଡ଼ି ଅନ୍ୟ ଆଡେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକମାନଙ୍କୁ ମୋର ପରିବାର ସଦସ୍ୟ ବୋଲି କହିବା ସହ ଯେଉଁମାନେ ବି ସ୍କୁଲର ଉନ୍ନତି କରିବାରେ ସହଯୋଗ କରୁଛନ୍ତି ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସ୍କୁଲ ଚେୟାରମେନ୍‌ । ଏ ଅବସରରେ ସ୍କୁଲ ଭାଇସ ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ସ୍କୁଲ ଡାଇରେକ୍ଟର ଶଶାଙ୍କ ସାହୁ, ମ୍ୟାନେଜମେଣ୍ଟ ଡାଇରେକ୍ଟର ଶ୍ରୀମତୀ ବିଭାରାଜ ଗୁପ୍ତା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଭିନ କିଶୋର ରଥ, ସହରର ପ୍ରତିଷ୍ଠିତ ବ୍ୟକ୍ତି ଡଃ. ହସମୁଖ ଲାଲ, ସ୍କୁଲ ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ସ୍କୁଲର ମୁଖ୍ୟ ଉପଦେଷ୍ଟା ରବିନ ଚନ୍ଦ୍ର ପରିମାଣିକ, ଟିଟିଲାଗଡ଼ ଲାୟନ୍ସ୍ କ୍ଲବର ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବର ଆଇପିପି ସନ୍ତୋଷ ମହାନ୍ତି, ଲାୟନ ଆନନ୍ଦ ଜୈନ, ସୁଜିତ୍ ଚୌଧୁରୀ, କ୍ଷୀରସିନ୍ଧୁ ଦର୍ଜି, ଗୀତାଞ୍ଜଳି ମହାରଣା, ଅଜିତ ପାତ୍ର, ହେଲୋ କିଡସ ପ୍ଲେ ସ୍କୁଲର ଡାଇରେକ୍ଟର ଫେଜ୍ ଖାଁ, ସ୍କୁଲ ମ୍ୟାନେଜମେଣ୍ଟ ସଦସ୍ୟ ରାକେଶ ଜୈନ, ରଘୁନାଥ ରଥ ଓ ବହୁ ଅଭିଭାବକ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅତି ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.