centurian jitm

ସମନ୍ୱିତ ଶିଶୁ ବିକାଶ ଧାରାରେ ଆଲୋକିତ କରୁଥିବା ପ୍ରଭାସିନୀ ମିଶ୍ର ଆଉ ନାହାନ୍ତି

nschool
  • ଦ୍ଵାଦଶାହ ଉପଲକ୍ଷେ

ଅବେଳାରେ ଏକ ସତେଜ ବୃକ୍ଷରୁ ଝଡି ଯାଇଥିବା ପତ୍ରଟିଏ ପରି ଆଜି ଝଡିଯାଇ ଆମ ଗହଣରୁ ବିଦାୟ ନେଇ ଚିରଦିନ ପାଇଁ ଆମକୁ ଶୋକ ସାଗରରେ ଭସାଇ ଏକ ଅଫେରା ବାଟକୁ ଆପଣେଇ ନେଇଛନ୍ତି ଆମ ସମସ୍ତଙ୍କ ଆଦରର ଭଉଣୀ ସ୍ୱର୍ଗତ ପ୍ରଭାସିନୀ ମିଶ୍ର । ଯିଏକି ତାଙ୍କର କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିପାରିଥିଲେ । ଯେଉଁଥି ପାଇଁକି ଆଜିବି ତାଙ୍କର ସହକର୍ମିଣୀ ଓ କର୍ମଚାରୀ ବୃନ୍ଦ ସତଟାକୁ ସହଜରେ ହଜମ କରିନପାରି କେତେବେଳେ ଦିଦି, ଭଉଣୀ, ମେଡମ କର୍ମସ୍ଥଳୀରେ ପହଁଚିବା ବାଟକୁ ଚାହିଁବସିଛନ୍ତି । ସବୁଦିନ ପାଇଁ ତାଙ୍କର ସୁମିଷ୍ଟ ଭାଷା, ଆତ୍ମୀୟତା, ଅନାବିଳ ପ୍ରେମ ଓ ଉଦାରତାର ଭାବବନ୍ଧନ ସମସ୍ତଙ୍କୁ ନିଶ୍ଚିତ ଭାବେ ତାଙ୍କର ଅବତ୍‌ତ୍ତମାନରେ ମନେପକାଇ ଦେଉଥିବ ସନ୍ଦେହ ନାହିଁ । ଆଜି ଆମର ଆଞ୍ଚଳିକ ଭାଷାରେ କୁହାଯାଉଥିବା ଏକ ଲୋକକଥା ମନେ ପଡେ “ଭଲ ପତ୍ରେ କୁଆ ହଗସି”, ତଦ୍ରୁପ ଆଜି ସେ ପୁଣ୍ୟଆତ୍ମା ଆମଠୁଁ ଚିରଦିନ ପାଇଁ ବିଦାୟ ନେଇଛନ୍ତି । ଦୁହିତା ଅର୍ଥଟି ସେ ବେଶ ସୁଚାରୁ ରୁପେ ସମ୍ପାଦିତ କରିବାରେ ସାମର୍ଥ୍ୟ ହୋଇପାରିଥିଲେ । ତେଣୁ ତାଙ୍କର ଅଚାନକ ବିୟୋଗରେ ଦୁଇ ପରିବାରବର୍ଗ ଆଜି ଅତ୍ୟନ୍ତ ମର୍ମାହତ । ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ପ୍ରଭୁଙ୍କ ଠାରେ ପ୍ରାର୍ଥନା ଓ ତତ୍‌ ସଙ୍ଗେ ସଙ୍ଗେ ଦୁଃଖଦ ପରିବାର ବୃନ୍ଦ, ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ଏହି ଦୁର୍ଦ୍ଦିନ ଗୁଡିକୁ ସହ୍ୟ କରିବାକୁ ପ୍ରଭୁ ଶକ୍ତି ପ୍ରଦାନକରନ୍ତୁ ବୋଲି ପ୍ରାର୍ଥନା । ଆଜି ମାତ୍ର ଏହି କିଞ୍ଚିତ ଶବ୍ଦରେ ସ୍ୱର୍ଗତ ପୁଣ୍ୟଆତ୍ମାଙ୍କର କେବଳ କିଛିଟା ସ୍ମୃତି ଉଚ୍ଚାରଣ ଏବଂ ଶ୍ରଦ୍ଧା ସୁମନ ଅର୍ପଣ କରିବା ବ୍ୟତୀତ ଦେବାକୁ ଏହି ବଡ଼ ଭାଇ ପାଖରେ ଆଉ କିଛି ନାହିଁ । ଭଉଣୀଙ୍କ ଅମର ଆତ୍ମାଙ୍କ କିଛିଟା ବିଷୟ ଉଲ୍ଲେଖିତ କରିବା ସମୟରେ ଚକ୍ଷୁ ଦ୍ୱୟରେ ଲୁହ ଜକେଇ ଆସୁଛି । ଶେଷରେ ଅର୍ପିତ ଦୁଇଟୋପା ଲୁହ ସହ….

ବଡଭାଇ
ରତନ କୁମାର ମହାରଣା, କାନନ କୁଟୀର, ବଲାଙ୍ଗିର
ମୋବାଇଲ ନଂ-୯୯୩୮୪୬୦୬୨୦

Leave A Reply

Your email address will not be published.