
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନୂତନ ପ୍ରବେଶ କରିଥିବା ଶିଶୁମାନଙ୍କର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ସମ୍ଭାଗ ଶିଶୁବାଟିକାର ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଯୋଗ ଦେଇ ବିଦ୍ୟାଭାରତୀଙ୍କ ଯୋଜନାରେ ଶିଶୁ ବାଟିକା ଶିକ୍ଷା ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ପିତାମାତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ପରିଚାଳନା କମିଟିର ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ଶ୍ରୀମତୀ ବି. ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା କବିତା ବେହେରା, ଭି. ସରସ୍ଵତୀ, ଇଲାରାଣୀ ମିଶ୍ର, ସୁନୀତା ଶତପଥୀ, ମଧୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରକାର ପ୍ରାୟୋଗିକ ପ୍ରସ୍ତୁତ କରି ତା’ର ଉପକାରିତା ବିଷୟରେ ଅଭିଭାବକଙ୍କୁ ଶିକ୍ଷାଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୭ଜଣ ଅଭିଭାବକ ଓ ଅଭିଭାବକ ଯୋଗଦେଇଥିଲେ ।