centurian jitm

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲାଣି ଖରାର ପ୍ରକୋପ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଖରା । ଏମିତିରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏହି କ୍ରମରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳ ୭ରୁ ୯ଟା ଅଙ୍ଗନବାଡ଼ି ଚାଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଖାଲି ସେତିକି ନୁହେଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ମଧ୍ୟ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ନେଇ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି । ଯେଉଁଥିରେ ସକାଳୁଆ ସ୍କୁଲ ପାଇଁ ତୁରନ୍ତ ଏସଓପି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଦିନ ୧୧ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ଏବଂ ରାତି ୯ରୁ ସକାଳ ୬ ବିଦ୍ୟୁତ୍ କାଟ ନକରି ତଥା ଅଘୋଷିତ ବିଦ୍ୟୁତ କାଟ୍‌ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.