centurian jitm

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା,( ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ମହାସଭାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉପସଭାପତି ସୁବ୍ରତ କୁମାର ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତାଙ୍କ ସହମତି କ୍ରମେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଓ ପଖାଳ ଦିବସ,୩୦ ତାରିଖ ଦିନ ହାଇଟେକ୍ ମେଡିକାଲ କଲେଜର ସହଯୋଗରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ଏପ୍ରିଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ମହାସଭା ପରିସରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି । ତେଣୁ ଏହିଭଳି କାର୍ଯ୍ୟକ୍ରମରେ ମହାସଭାର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ରବିନାରାୟଣ ପରିଡ଼ା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡ଼ା, ଗଙ୍ଗାଧର ନାୟକ, ରଥିନ୍ଦ୍ର ପ୍ରଧାନ, ଅବନୀ କୁମାର ବଳ, ନାରାୟଣ ମହାଳିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.