centurian jitm

ପଞ୍ଚମ ବାର୍ଷିକ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାହିତ୍ୟ ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟାରୀ ଗ୍ରାମର ବାଲୁଙ୍କେଶ୍ୱର ଦେବଙ୍କ ପିଠସ୍ଥଳୀରେ ପଞ୍ଚମ ବାର୍ଷିକ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି ମହେନ୍ଦ୍ର ହରିଚନ୍ଦନଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି । ଅତିଥି ମାନଙ୍କ ମଧ୍ୟରେ ପୁରୀ ପ୍ରିୟପତ୍ର ସମ୍ପାଦକ ତଥା ବରିଷ୍ଠ ଆଇନୀଜୀବୀ ବିପିନି ଦଳେଇ, ସୁସାହିତ୍ୟିକ ଡ଼. ହେମନ୍ତ ଛୋଟରାୟ, ଜୟମନୁ ମହାନ୍ତି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ସାଧକ ଓ ସାଧିକା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟୁନ ଷାଠିଏ ଜଣ କବି ଓ କବୟତ୍ରୀ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭିକ ସଂଗୀତ ମାଧ୍ୟମରେ ଆରମ୍ଭ ହୋଇଥିବା ସାହିତ୍ୟ ଆସରରେ ଗଡ଼ମୋଟାରୀ ଗ୍ରାମର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରୋହିତ ଚମ୍ପତିଙ୍କୁ ସମସ୍ତ ସାହିତ୍ୟ ଅନୁରାଗୀ ମାନେ ଏହି କାର୍ଯ୍ୟକ୍ରମ ପାଇଁ ଭୁୟସୀ ପ୍ରଶଂସା କରିଥିଲେ । ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ କବି ତଥା ପ୍ରାକ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା । ସାହିତ୍ୟ ସଭାରେ ଜ୍ୟୋସ୍ନାମୟୀ ସ୍ୱାଇଁ ଓ ସୌଦାମିନୀ ବେହେରା କବିତା ପାଠର ସୁନ୍ଦର ସଂଯୋଜନା କରିଥିଲେ । କବି ଓ କବୟତ୍ରୀମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା । ଶେଷରେ ରୋହିତ ଚମ୍ପତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଶିଷ୍ଟ କବି ପଦ୍ମଭୂଷଣ ସ୍ୱର୍ଗତ ରମାକାନ୍ତ ମିଶ୍ରଙ୍କ ସଦ୍‌ଗତି କାମନା କରି ଏକମିନିଟ ପାଇଁ ସମୂହ ନିରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.