ppurohit

ହରିହର ଭେଟ ସଂପନ୍ନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ରାମ ମନ୍ଦିର ଠାରେ ଆନନ୍ଦ ଉଲ୍ଲାସରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିକ୍ରାପଡା ସ୍ଥିତ ମଦନ ମୋହନ ରଥଙ୍କ ନିବାସରୁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ରୀତିନୀତି ସହିତ ବାଜା, ଘଣ୍ଟବାଦ୍ୟରେ ଏକ ପଟୁଆରରେ ମାଲପଡା ରାମସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ସେହିପରି ମାଲପଡା ଆନନ୍ଦ ମଠରୁ ବାବା ଆଶୁତୋଷଙ୍କୁ ମହାଆଡମ୍ବରରେ କିର୍ତ୍ତନ୍ୟ ମଣ୍ଡଳି ସହିତ ମାଲପଡା ରାମସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ପରଂପରା ଓ ରୀତିନୀତି ଅନୁସାରେ ବିଶେଷ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଭକ୍ତିମୟ ପରିବେଶରେ ଆନନ୍ଦରେ ଭକ୍ତମାନଙ୍କ ମଧ୍ୟରେ ଫଗୁଖେଳ ହୋଇଥିଲା । ପରେ ଉଭୟ ଠାକୁର ନିଜ ନିଜ ମନ୍ଦିରକୁ ଯାଇଥିଲେ । ପଣ୍ଡିତ ନାରାୟଣ ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଦୁର୍ଗା ସାହୁ, ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର, ପ୍ରଦୀପ ଦାସ, ମାନସ ରଥ, କେଶବ ମିଶ୍ର, ଅରୁଣ ଖୁଆସ, କୋଶଲ ରଥ, ତ୍ରିପୁରାରୀ ମିଶ୍ର, ଜଗମୋହନ ରଥ, ଦୀନବନ୍ଧୁ ବେହେରା, ଦ୍ୱୀଜରାମ ମିଶ୍ର, ଅଶୋକ ମିଶ୍ର, ଅମରଜିତ ଦେହରିଆ, ମାର୍କଣ୍ଡ ଥନାପତି, ନୂତନ ମିଶ୍ର, ଅର୍ଜୁନ ଦଳପତି, ଆନନ୍ଦ ସାହୁ, ପିଣ୍ଟୁ କରନ ଓ ଟିଟୁ ବେଦ୍‌ବାଗ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.