centurian jitm

ମୁର୍ଛନା ରାଉରକେଲାର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମୁର୍ଛନା ରାଉରକେଲା ତରଫରୁ ଚଳଚିତ୍ର ଜଗତର ପ୍ରଖ୍ୟାତ ସଂଗୀତକାରଙ୍କ ସୁମଧୁର ତଥା ଚିର ସବୁଜ ସଂଗୀତକୁ ନେଇ ଅନନ୍ୟ କାର୍ଯ୍ୟକ୍ରମ ଅନମୋଲ ଘଡ଼ି, ଅନମୋଲ ରତନ ଏବଂ ଅନମୋଲ ୟାଦେଁ ସିଭିକ ସେଣ୍ଟର୍ ଠାରେ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ଅରୁନ୍ଧତୀ ବିଶ୍ୱାଳଙ୍କ ଅଧ୍ୟକ୍ଷତା ସମ୍ପାଦକ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଆବାହକତ୍ୱ ଓ ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପି କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଲାଇ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂଗୀତ ମନ ଓ ହୃଦୟକୁ ଝଙ୍କୃତ କରିବା ସଂଗେ ସଂଗେ ମନର ଅବସାଦକୁ ଦୂର କରିଥାଏ ବୋଲି ମତ ରଖିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳ ସ୍ୱାଗତ ଭାଷଣ ଓ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଟାଟାର କୈାଶଲ ଝାଙ୍କ ସଂଯୋଜନାରେ ଅରୁନ୍ଧତୀ ସ୍ୱାଇଁ, ଅମିତା ରଥ, ମୀରା ମିଶ୍ର, ଅନୁରାଧା ପ୍ରଧାନ, କିଶୋର କୁମାର ପଟ୍ଟନାୟକ, ରୋଶନ ଲାଲ୍, ଶେଖର ଜୟପୁରିଆ ପ୍ରମୁଖ କଣ୍ଠଶିଳ୍ପୀ ମାନେ ସମସାଦ ବେଗମ୍, ଯୋହରା ବାଇ, ନୁରଯାହାନ, ସୁରେୟା, ଗୀତା ଦତ୍ତ, ଲତା ମଙ୍ଗେସକର, ହେମନ୍ତ କୁମାର, ତାଲତ ମେହେମୁଦ, ମାନ୍ନା ଦେ, ମହମ୍ମଦ ରଫି ଓ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନେ ଗାଇଥିବା ଗୀତ ଗୁଡ଼ିକୁ ସୁମଧୁର ସ୍ୱରରେ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ ଗୁରୁ ଜଗନ୍ନାଥ ଦାସ, ନେଲସନ, ତୀର୍ଥନାଥ, ଅନନ୍ତ, ସାଗର ବାରିକ, ପ୍ରଦୀପ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ ସମ୍ପାଦକ ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ଦୋରା, କୋଷାଧ୍ୟକ୍ଷ ନିବେଦିତା ମହାନ୍ତି ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଭଳି ଅନନ୍ୟ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମକୁ ସହରର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.