oom

ରଘୁଚକ ନିଶ୍ଚିନ୍ତାଡିହାରେ ଦୋଳ ଉତ୍ସବ ପାଳିତ

jsmm

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଘୁଚକ ଓ ନିଶ୍ଚିନ୍ତାଡିହା ଗ୍ରାମରେ ମହାପବିତ୍ର ଦୋଳ ଉତ୍ସବ ଓ ହରିନାମ ସଂକୀର୍ତ୍ତନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଖରିଦଚକ ଗୁଆଶୋଳ ଖାଳରୁ ଘଟୋତ୍ତଳନ କରି ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏଥିରେ ଶହ ଶହ ସଂଖ୍ୟାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଭାଇଚାରା ପଣିଆକୁ ବଜାଇ ରଖିବା ପାଇଁ ପରସ୍ପର ମଧ୍ୟରେ ବିଭିନ୍ନ ରଙ୍ଗର ଅବିର ହୋଲି ଖେଳିଥିଲେ । ଉକ୍ତ ଉତ୍ସବକୁ ରାଧାକଷ୍ଣ କ୍ଲବର ସମସ୍ତ ସଦସ୍ୟ ସାଙ୍ଗକୁ ପ୍ରାକ୍ତନ ସରପଞ୍ଚ ଖଗେନ୍ଦ୍ର ନାୟକ, ସମାଜସେବୀ ଗୌରୀଶଙ୍କର ମଣ୍ଡଳ, ଶ୍ରୀକୃଷ୍ଣ ମଣ୍ଡଳ, ହରିଶଙ୍କର ମଣ୍ଡଳ, ପ୍ରହ୍ଲାଦ ଦାସ, ମାନସ ଦାସ, ସୁଶାନ୍ତ ଦାସ, ନିଆସ ସାହୁ, କୁମୁଦ ଜେନା, ଭାନୁ ପାତ୍ର, କାର୍ତ୍ତିକ ପ୍ରମାଣିକ, ଶ୍ରୀକୃଷ୍ଣ ମିର୍ଦ୍ଧା, ପ୍ରଫୁଲ୍ଲ ମିର୍ଦ୍ଧା ପ୍ରମୁଖ ପରିଚାଳନା କରିଥିବା ବେଳେ ରଘୁଚକ ଓ ନିଶ୍ଚିନ୍ତାଡିହାର ଗ୍ରାମବାସୀମାନେ ସହଯୋଗ କରିଥିଲେ । ଉତ୍ସବ ଶେଷରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.