ଦେଢ଼ବର୍ଷର ଶିଶୁ ନିଖୋଜ ପ୍ରସଙ୍ଗ : ଫେଲ ମାରିଲା ସନ୍ଧାନୀ ପୁଲିସ ସନ୍ଧାନୀ କୁକୁର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ୧୫ ନମ୍ବର ୱାର୍ଡର ଦେଢ଼ବର୍ଷର ଶିଶୁ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇ ଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ଗାଁକୁ ପୁଲିସ ଓ ସନ୍ଧାନୀ କୁକୁର ଆସିଥିଲା । ଶିଶୁର ଘରଠାରୁ ବାହାରି ଗାଧୁଦୁଆ ତୁଠ ପର୍ଯ୍ୟନ୍ତ ଯାଇ ଫେରିଆସିଥିଲା । ଘାଗୁଡିମାଳ ଗ୍ରାମର ଅଜିତ ନାଗବଂଶଙ୍କ ଦେଢ଼ବର୍ଷପୁଅ ନିଲେଶ ନାଗବଂଶ ନିଖୋଜ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଗାଁ ମୁଣ୍ଡରେ ଖେଳୁଥିଲା । କିଛି ସମୟ ପରେ ଦେଖା ଗଲାନାହିଁ । କାହା ଘରେ ଖେଳୁଥିବ ବୋଲି ଭାବି ଘରଲେକେ କିଛି ସମୟ ନୀରବ ରହିଥିଲେ । କିନ୍ତୁ ରାତି ହୋଇଗଲା ପୁଅ ନିଲେଶ ଘରକୁ ନ ଆସିବାରୁ ବାପା ଅଜିତ, ଜେଜେବାପା ଯୁଧିଷ୍ଠିର, ମାଆ ଲିପି ନାଗବଂଶ ପରିବାର ସହ ଗ୍ରାମବାସୀଙ୍କ ମିଳିତରେ ଗ୍ରାମ ଆଖପାଖ, ନଦୀନାଳ, ଲତାବୁଦାରେ ଖୋଜାଖୋଜି କରିଥିଲେ, କିନ୍ତୁ ପୁଅର କୌଣସି ସନ୍ଧାନ ପାଇନଥିଲେ । ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାଅଧିକାରୀ ନୀଳକଣ୍ଠ ବେହେରା, ଏଏସ୍‌ଆଇ ପୁରୁଷୋତ୍ତମ ଜାନି ପ୍ରମୁଖ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ଶିଶୁର ନିଖୋଜ ବିଷୟରେ ଅନୁସନ୍ଧାନ କରିଥିଲେ । କୌଣସି ସନ୍ଧାନ ନ ମିଳିବାରୁ ଆଜି ସନ୍ଧାନୀ କୁକୁର ଆଣି ଖୋଜାଖୋଜି କରିଥିଲେ । ସନ୍ଧାନୀ କୁକୁର ମଧ୍ୟ ଆଜି ଫେଲ ମରିଥିବାରୁ ପରିବାର ସମେତ ଗ୍ରାମବାସୀ କିଏ ନେଇଯାଇ ଥିବା ସନ୍ଦେହରେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସନ୍ଧାନୀ କୁକୁର ମଧ୍ୟ ଫେଲ ମାରିଲା ବୋଲି କହିଛନ୍ତି ।

Leave A Reply

Your email address will not be published.