ଭୁବନେଶ୍ୱର : ରାଜଧାନୀରେ ମଦ ପିଇ ରାସ୍ତାରେ ଉତ୍ପାତ ହେଲେ ଯୁବତୀ । ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ପିସିଆର୍ ଭ୍ୟାନରେ ନେବାବେଳେ ଗାଡ଼ିକୁ ଗୋଇଠା ବିଧା ମାରିଥିଲେ ଯୁବତୀ । ପୋଲିସକୁ ନାକେଦମ୍ କରିବା ପରେ ପଡ଼ିଲା ଡାକ୍ତରଙ୍କ ପାଳି । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତରଙ୍କୁ ମଧ୍ୟ ଛାଡ଼ି ନଥିଲେ ମାତାଲ ଯୁବତୀ । ଏପରିକି ଦୁଇଜଣ ଯୁବତୀ ମଧ୍ୟ ତାଙ୍କୁ କଣ୍ଟ୍ରୋଲ କରିପାରି ନଥିଲେ । ହସ୍ପିଟାଲରେ ଉତ୍ପାତ ହୋଇ ଗାଳି ଗୁଲଜ କରିଥିଲେ । କିଛି ସମୟ ପରେ ଯୁବତୀଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।
Next Post