ପଲସଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ପଞ୍ଚାୟତ ପଲସଖଣ୍ଡ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀବତ୍ସ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭୁସଲାଡ଼ ପଞ୍ଚାୟତର ସରପଞ୍ଚ ଦୀପକ ଛୁରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସିଆର୍‌ସିସି ତୁଳସୀ ସୁନା, ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ବେହେରା, ରୁଦ୍ରାକ୍ଷ ବେହେରା, ପୃଥିରାଜ ମଟୁଆଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଅରୁଣ କୁମାର ଦାଶ ମଞ୍ଚ ସଂଯୋଜନା କରିଥିଲେ । ଏଥିରେ ଶିକ୍ଷକ ଗୋପବନ୍ଧୁ ବାଗ, କେଶବନ୍ତି ସାହୁଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.