କୁଶପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ନାଚ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାରଙ୍କ ଗାଁ ରୂପେ ସ୍ୱତନ୍ତ୍ର ଖ୍ୟାତି ରହିଥିବା କୁଶପଡ଼ା ଗ୍ରାମଟି ଦିନେ ସୁଖ୍ୟାତି ଅର୍ଜନ କରିଆସିଥିଲା । କୃଷ୍ଣଙ୍କ ଲୀଳା ପାଇଁ ପ୍ରସିଦ୍ଧି ଥିବା ଏହି ଗାଁରେ ଭାରତଲୀଳା ସମେତ ଅନେକ ପୁରାଣ ପ୍ରସିଦ୍ଧ ଅଟେ । ନାଟକ ଗାଁର କଳାକାରମାନେ ଗାଁ ଗାଁ ବୁଲି ମଞ୍ଚଥ୍ଥ କରୁଥିବା କଥା ସମସ୍ତେ ଜଣନ୍ତି । ଏବେ ମଧ୍ୟ ଗାଁ ଟି ଗଂଜାମ ଗୌରବ କଳାପରିଷଦ ପକ୍ଷରୁ ଭାରତଲୀଳା ମଞ୍ଚସ୍ଥ ହୋଇଆସୁଛି । ଏହି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଶିଶୁ କିଶୋରୀ ମାନଙ୍କର ନାଚ ଗୀତ ବେସ୍‌ ମନଛୁଆଁ ହୋଇଥିଲା । ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମଟିକୁ ଜିଲ୍ଲା ପରିଷଦ ସଭ୍ୟା ଏମ୍‌. ଅନସୂୟା ରେଡ଼ି ମୂଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ, ପୂର୍ବତନ ସରପଞ୍ଚ ସଡ଼ପ ଗାନ୍ଧି ଦୋରା, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ଠିକାଦାର ଏମ୍‌. ନିରଂଜନ ରେଡ଼ି, ସମିତିସଭ୍ୟା ସଡ଼ପ ରୀନା ଦୋରା, ବରିଷ୍ଠ ଆଇନଜୀବୀ ଏବଂ ସାମ୍ବାଦିକ କବିରାଜ ବୈଦ୍ୟ କବି ଡ଼କ୍ଟର ଗଜାନନ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଆୟୋଜିତ ଉତ୍ସବକୁ ଭାରପ୍ରାପ୍ତ  ଗୋଷ୍ଠୀଶିକ୍ଷାଅଧିକାରି କୋରେଷ ସେଠୀ ପରିଦର୍ଶନ କରିଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବୁଲି ସେଠୀଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ, ଶିକ୍ଷକ ଟିଟୁ କୁମାର ସେଠୀ, ଉପେନ୍ଦ୍ର ଶବର, ଶିକ୍ଷୟତ୍ରୀ ସଂଗୀତା ମହାରଣା, ମିନତୀ ମହାରଣା, ମନିଷା ବେହେରା, ଅନୁରାଧା ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ସିଆର୍‌ ସି ସି ସୁବ୍ରତ କୁମାର ପଂଡ଼ା ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟିରେ ଗ୍ରାମର ସମସ୍ତ ୱାର୍ଡ଼ ସଦସ୍ୟଙ୍କ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠିଶିକ୍ଷାସଂଯୋଜକ ସୁବ୍ରତ କୁମାର ପଂଡ଼ା ସଂଯୋଜନା କରିଥିବା ବେଳେ ଶିକ୍ଷକ ଟିଟୁ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.