ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବାଟିକା ବିଭାଗରେ ଘର ହିଁ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଯାଇଛି । ମୂଖ୍ୟ ଅତିଥି ଭାବେ ଡଃ.ସମୀର ମେହେର ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିଶୁ ମାନଙ୍କର କେଉଁ ରୋଗ ବେଳେ କଣ ସବୁ ଖାଇବାକୁ ଦେବାର ସେ ବିଷୟରେ ଆଲୋଚନା କରିଥିଲେ । ଶିଶୁ ବୋଧ ଶ୍ରେଣୀର ଭାଇ ଭଉଣୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୀତା ଗୁରୁମା ସଂଯୋଜନା କରିଥିଲେ । ସଙ୍କୁଳ ପ୍ରମୁଖ ଡ.ଦ୍ଵାଦଶ କୁମାର ପଧାନ ଶିଶୁଙ୍କ ଆହାର ବିହାର ପିତା ମାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହାପରେ ନିତୁ ଗୁରୂମା ଓ ଯାମିନି ଗୁରୁମା ସୁଷମ ଖାଦ୍ୟ ପ୍ରସ୍ତୁତି ଉପରେ ଏକ ପ୍ରାୟଗିକ କାଲାଂଶ ନେଇଥିଲେ । ଏହାପରେ ସୁଜାତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୬୦ ଜଣ ମାତା ପିତା ଯୋଗଦେଇଥିଲେ । ଶେଷରେ ଏକ ୫୧ ପ୍ରକାରର ଆହାରର ପ୍ରଦର୍ଶନୀକୁ ପ୍ରଦର୍ଶିତ କରାଯାଇଥିଲା । ସମସ୍ତ ଗୁରୁଜୀ ଗରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।