csstore

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାଠାରେ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ତରଫରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଭୁବନେଶ୍ୱର ପରିବେଶ ଶିକ୍ଷା କେନ୍ଦ୍ରରୁ ଆସିଥିବା ଡ଼. ରାଜେଶ କୁମାର ମହାନ୍ତି, ସୁଶାନ୍ତ ଲେଙ୍କା, ସତ୍ୟ ରଞ୍ଜନ ଦାସ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯଥା ପ୍ରବୀଣ ନାରାୟଣ ପଣ୍ଡା, ନିଲାମ୍ବର ନନ୍ଦ, ଶ୍ରୀମାସୂତା ମଲ୍ଲିକ, ଅପର୍ଣ୍ଣା ପଟେଲ, ମଞ୍ଜରୀ ସୁନା, ଧ୍ରୁବଚରଣ ବିଶ୍ୱାଳ ସଚେତନତା ରାଲିରେ ବିଭିନ୍ନ ସ୍ଲୋଗାନ ସହ ଗ୍ରାମ ପରିକ୍ରମା କରିଥିଲେ । ତାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ମାଧୁରୀ ରଣା, ସୁଶୀଳା ନାଏକ, ହୀରାବତୀ ରଣା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିତେନ୍ଦ୍ର ଜାଲ, ଆଲୋକ ମହାନନ୍ଦ, କ୍ଷୀରୋଦ୍ର ସୁନା ଉତ୍ତୀର୍ଣ୍ଣ ହୋଇ ପୁରସ୍କୃତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ ଓ ସବୁଜ ଶପଥ ପାଠ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ପବିତ୍ର ମୋହନ ପଧାନ ଓ ହାରିବଲ ପଧାନ ସହଯୋଗ କରିଥିଲେ । ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.