oom

ପଞ୍ଚଦଶ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚସଖା ଶିକ୍ଷାସେତୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ପ୍ରଧାନ ଶିକ୍ଷକ ମାନଙ୍କର ମାସିକ ସମୀକ୍ଷା ବୈଠକ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା ପରିସର ମଧ୍ୟରେ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କର ୧୫ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିନ୍ତାମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଭାନୁ ବାରିକ ମୁଖ୍ୟଅତିଥି ଓ ଏବିଇଓ ରାମସିଂ ଭୋଇ, ତହସିଲଦାର ବିପିନ ପଧାନ, ସାଧନକର୍ମୀ ରାଜେଶ ଖମାରୀ, ଜିତେନ୍ଦ୍ର କୁମାର ପଣ୍ଡା ଓ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସଭା ଆରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ବିଘ୍ନରାଜ ଓ ମା’ ବାଗଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ଶ୍ରୀ ବତ୍ସରାଜ ପୁରୋହିତଙ୍କ ତତ୍ତ୍ଵାବଧାନରେ ବ୍ଲକର ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ଫୁଲ ଚନ୍ଦନ ଦେଇ ବ୍ୟାଣ୍ଡବାଜା, ପ୍ୟାରେଡ ସହ ଅଭିନନ୍ଦନ ଜଣାଇ ସଭାଗୃହ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସାଧନକର୍ମୀମାନେ ଆଜିର ଆଲୋଚ୍ୟ ବିଷୟ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ସମସ୍ତ ପ୍ରଧାନଶିକ୍ଷକ ସ୍କୁଲର ସମସ୍ତ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ ଓ ବିଜ୍ଞାନଗାର ପରିଦର୍ଶନ କରିଥିଲେ । ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପରିବେଶ ପାଠପଢା ପାଇଁ ଉପଯୁକ୍ତ ବୋଲି ସମସ୍ତ ପ୍ରଧାନଶିକ୍ଷକ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅନଙ୍ଗ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାପତି ଶ୍ରୀ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍କୁଲ ପରିଚାଳନା ପରିଷଦର ସଭ୍ୟ ପବିତ୍ର ଆଚାର୍ଯ୍ୟ, ମଳୟ ବାରିକ ଓ ସିଆର୍‌ସିସି ସଞ୍ଜୀବ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା । ପରିଶେଷରେ ସତ୍ୟସେବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ବଣିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.