- ୨୦୨୫ ମାର୍ଚ୍ଚ ୮ ତାରିଖରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ମହିଳା ସଶକ୍ତୀକରଣ ମାଧ୍ୟମରେ ବିକଶିତ ଭାରତ’ ଶୀର୍ଷକରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି
- ଉଦ୍ଘାଟନୀ ଅଧିବେଶନ ପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନା ହେବ
- ଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଓ ପ୍ରଶାସନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ନେତ୍ରୀଙ୍କୁ ନେଇ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ
- ଆଲୋଚନା ଓ ମଲ୍ଟିମିଡିଆ ଉପସ୍ଥାପନା ମାଧ୍ୟମରେ ପ୍ରଗତିଶୀଳ ଭାରତ ଗଠନରେ ମହିଳାଙ୍କ ଅବଦାନକୁ ପ୍ରଦର୍ଶିତ କରିବା ପାଇଁ ସ୍ୱତନ୍ତ୍ର ଡିଜିଟାଲ ମିଡିଆ ଏବଂ ଇଣ୍ଟରଆକ୍ଟିଭ୍ ଜୋନ୍ ରହିବ
ନୂଆଦିଲ୍ଲୀ, (ପିଆଇବି) : ମାର୍ଚ୍ଚ ୮, ୨୦୨୫ରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବେ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ମହିଳା ଶକ୍ତି ମାଧ୍ୟମରେ ବିକଶିତ ଭାରତ’ ଶୀର୍ଷକ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଜାତୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ସମ୍ମାନିତ ଅତିଥିମାନେ ଯୋଗ ଦେବେ । ଏହି ଅବସରରେ ୰ଝଷରଈଙ୍କସକ୍ଷୟଗ୍ଦଈଷବକ୍ସବଗ୍ଧ ନାମକ ମେଗା ଅଭିଯାନ ମଧ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ପୁଲିସର ମହିଳା ଅଧିକାରୀଙ୍କ ସମେତ ‘ମୋ ଭାରତ’ର ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ସାମିଲ ହେବେ । ଏହାବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ମହିଳା ଅଧିକାରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱବ୍ୟାଙ୍କ, ୟୁନିସେଫ୍, ୟୁଏନ୍ ଓମେନ୍, ୟୁଏନଡିପି ଓ ୟୁଏନ୍ଏଫପିଏ ଭଳି ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଉଦ୍ଘାଟନୀ ଅଧିବେଶନ ପରେ ସେହିଦିନ ଏକ ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ । ଏହି ସମୟରେ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଏବଂ ପ୍ରଶାସନର ବିଶିଷ୍ଟ ମହିଳା ନେତ୍ରୀମାନେ ଏକାଠି ମଞ୍ଚରେ ରହିବେ ।
କ. ସଫଳ ଏବଂ ବିଶିଷ୍ଟ ବ୍ୟକ୍ତି : ଆନ୍ତର୍ଜାତିକ ମହିଳା ଦିବସର ୫୦ତମ ବାର୍ଷିକୀ ଅବସରରେ ପଶ୍ଚାତ ଅବଲୋକନ ଓ ଆଗକୁ ବଢିବା
ଏହି ଅଧିବେଶନରେ ଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଏବଂ ପ୍ରଶାସନର ଜଣାଶୁଣା ମହିଳା ନେତ୍ରୀମାନେ ଏକାଠି ହୋଇ ସେମାନଙ୍କ ଅନୁଭୂତି ବାଣ୍ଟିବେ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବେ ।
ଖ. ମହିଳା ଶକ୍ତିର ଲାଭ ଉଠାଇବା : ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସଫଳତା
ଏହି ଅଧିବେଶନରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଉଦ୍ୟୋଗୀତା ଏବଂ ଅର୍ଥନୀତିରେ ମହିଳାସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯିବ ।
ଗ. ନେତୃତ୍ୱରେ ମହିଳା : ପଞ୍ଚାୟତରୁ ସଂସଦ
ରାଜନୈତିକ ନେତୃତ୍ୱ ମାଧ୍ୟମରେ ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଏବଂ ଢାଞ୍ଚା ଉପରେ ଆଧାରିତ ଆଲୋଚନା ।
ଏକ ସ୍ୱତନ୍ତ୍ର ଡିଜିଟାଲ ମିଡିଆ ଏବଂ ଇଣ୍ଟରଆକ୍ଟିଭ୍ ଜୋନ୍ ଅଂଶଗ୍ରହଣକାରୀମାନଙ୍କୁ ରିୟଲ-ଟାଇମ୍ ଆଲୋଚନା, ମଲ୍ଟିମିଡିଆ ଉପସ୍ଥାପନା ଏବଂ କାହାଣୀ ମାଧ୍ୟମରେ ସାମିଲ କରିବ, ଯାହା ଏକ ପ୍ରଗତିଶୀଳ ଭାରତ ଗଠନରେ ମହିଳାଙ୍କ ଅବଦାନକୁ ପ୍ରଦର୍ଶିତ କରିବ ।
ବ୍ୟାପକ ପହଞ୍ଚ ଏବଂ ଅଂଶଗ୍ରହଣ ପାଇଁ ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ୱେବକାଷ୍ଟ ଲିଙ୍କ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ବିଶ୍ୱ ବ୍ୟାଙ୍କ ଲାଇଭରେ ସିଧା ପ୍ରସାରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଭାରତ ବିକାଶ ପଥରେ ଆଗକୁ ବଢ଼ୁଥିବା ବେଳେ ମହିଳା ଶକ୍ତି ଆତ୍ମନିର୍ଭର ଓ ସମୃଦ୍ଧ ଭାରତର ମୂଳଦୁଆ ହୋଇ ରହିବ ।
[9:07 PM, 3/6/2025] ଝରଣା Sister 😍: breking