ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନା ସମ୍ପର୍କରେ ପଥପ୍ରାନ୍ତ ସଭା ଓ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଛନ୍ତି । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଯାଏ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ ବୋଲି କୁହାଯାଇଛି । ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପଥପ୍ରାନ୍ତ ସଭା ହୋଇଥିଲା । ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତା ଯୋଗଦେଇଥିଲେ । ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ବେଳପଡ଼ା ଗାଁରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ମାଧୁରୀ ହୋତାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବେଲପଡ଼ା ପଞ୍ଚାୟତର ସରପଞ୍ଚ ଖରତ ବାଗ ଯୋଗଦେଇଥିଲେ । ଏଥିରେ ସୁପର ଭାଇଜରଙ୍କ ସହ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଥିଲେ ।