oom

ଚମକିଲେ ବଲାଙ୍ଗିର ମାଟିର ବୋହୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ସାଜିଲେ ବଲାଙ୍ଗିରର ବୋହୁ ତଥା ଝିଅ । ପଙ୍କରୁ ପଦ୍ମ ଫୁଟିଲା ପରି ଏକ ମଫସଲ ଗାଁରୁ ଆସିଥିବା ଏକ ଝିଅ ତଥା ବୋହୁ ଆଜି ସାରା ରାଜ୍ୟରେ ନିଜ ଗାଁ ତଥା ନିଜ ପରିବାରର ନା ରଖି ଗୌରବାନ୍ୱିତ କରାଇଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିୟୁଟି ଏକ୍ସପୋର ନବମ ସଂସ୍କରଣ ୨୦୨୫ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସବଡ଼ିଭିଜନ ଅନ୍ତର୍ଗତ ଖଲିପଥର ଗ୍ରାମର ପୁତ୍ରବଧୁ ତଥା ବିକୁ ମେହେରଙ୍କର ଧର୍ମପତ୍ନୀ ତଥା ଲାଠୋର ବ୍ଲକ ଅନ୍ତର୍ଗତ ସାହାଜପାଣି ଗ୍ରାମର କ୍ଷୀରଧର ମେହେରଙ୍କ ଜ୍ୟେଷ୍ଠ ପୁତ୍ରୀ ଲିଜା ମେହେର ମିସେସ୍‌ ଓଡିଶା ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ମହିଳାମାନେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବ ରେ ବଲିଓଡ଼ ଅଭିନେତ୍ରୀ ମୁଗ୍ଧା ଗଡ଼ସେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜୁରୀ ମେମ୍ବରସ୍‌ ମାନେ ମଧ୍ୟ ଲିଜାଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ଖୁସି ହୋଇଥିଲେ । ପୁରସ୍କାର ପାଇଥିବାରୁ ସେ ଅତ୍ୟନ୍ତ ଖୁସି ହୋଇ ଏହି ଶ୍ରେୟ ସେ ନିଜ ସ୍ୱାମୀଙ୍କୁ ଦେଇଥିଲେ । ଶେଷରେ ନିଜ ଶାଶୁଶ୍ୱଶୁରଙ୍କୁ ମଧ୍ୟ ଧନ୍ୟବାଦ ଦେଇ ସେ କହିଥିଲେ ଯେ ତାଙ୍କର ସହଯୋଗ ଏବଂ ଆଶୀର୍ବାଦ ବିନା ଏହି ସଫଳତା ପାଇବା ଏକ ସ୍ୱପ୍ନ ପରି । ତାଙ୍କର ଏହି ପ୍ରତିଭାକୁ ସାରା ଗ୍ରାମର ଲୋକେ ପ୍ରଶଂସା କରିଛନ୍ତି ଏବଂ ଆଗକୁ ନିଜ ଗ୍ରାମ ଏବଂ ରାଜ୍ୟର ନାମ ଆଗକୁ ନେବା ପାଇଁ ଆଶୀର୍ବାଦ ଦେଇଛନ୍ତି ।

jittmm
Leave A Reply

Your email address will not be published.