ତୁଷୁରା, (ଖୁସିରାନୀ ସାହୁ) : ବୁଲଡୋଜର ଆଗରେ ଶୋଇ ଆନ୍ଦୋଳନ କଲେ କଳାକାର । କଳାକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ବର୍ଷ ହେବ ତୁଷୁରା ସହରର କୃଷ୍ଣପ୍ରିୟା କଳା ପରିଷଦ ଅନୁଷ୍ଠାନର କଳାକାରମାନେ ଏକ ସରକାରୀ ଜାଗାରେ ଘର ନିର୍ମାଣ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଟ୍ରଫି ଓ ମାନପତ୍ର ଗୁଡିକୁ ସାଇତି ରଖିଥିଲେ । ହେଲେ କଳାକାର ମାନଙ୍କ ଜାଗାକୁ ତୁଷୁରା ପୌରପରିଷଦ ପ୍ରଶାସନ ବୁଲଡୋଜରରେ ଘର ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ନେଇ ଉତ୍ତେଜନା ଦେଖା ଦେଇଛି । ତତଲା ଖରାରେ ସିଝି କଳାକାରମାନେ ନିଜର ହକ୍ ପାଇବା ପାଇଁ ଆନ୍ଦୋଳନ କରୁଥିବା ଆଲୋଚନାର ବିଷୟ ପାଲଟିଛି । ଯେ ପର୍ଯ୍ୟନ୍ତ ୪ ଡିସମିଲ ଜାଗା ପ୍ରଶାସନ ଦେବ ନାହିଁ ସେତେବେଳ ପର୍ଯ୍ୟନ୍ତ ଆମେ ଏହି ସ୍ଥାନରୁ ଯିବୁ ନାହିଁ ଓ ଜୀବନ ଗଲେ ଯିବ ପଛେ ଆମେ ଜାଗା ଛାଡ଼ିବୁ ନାହିଁ ବୋଲି ବୁଲଡୋଜର ଆଗରେ ଶୋଇ କଳାକାରମାନେ ପ୍ରତିବାଦ କରିବାରୁ ପ୍ରଶାସନ ଅଧାବାଡ଼କୁ ଭାଙ୍ଗି ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
Prev Post
Next Post