ଶିମିଳି ଗଛରୁ ଖସି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମରେ ଜଣେ ଯୁବକ ଗଛରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ପରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ତୁରେକେଲା ଥାନା ଡେବିରିଆମୁଡା ଗ୍ରାମର ବଳରାମ ଶବରଙ୍କ ପୁତ୍ର ଜିତୁ ଶବର(୨୦) ଆଜି ମାମୁଘର ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମକୁ କୌଣସି କାମରେ ଆସିଥିଲେ । ସନ୍ଧ୍ୟା ୫ଟା ସମୟରେ ଗ୍ରାମ ନିକଟରେ ଥିବା ଗୋଟିଏ ଶିମିଳି ଗଛରୁ ଜିତୁ ଖସି ପଡ଼ିଥିବା ତାଙ୍କ ମାମୁଘର ଲୋକେ ଜାଣିବାକୁ ପାଇଥିଲେ । ଜିତୁକୁ ସଙ୍ଗେସଙ୍ଗେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡିଛି । ରାତି ହୋଇଯାଇ ଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏନେଇ ଖପ୍ରାଖୋଲ ଥାନା ୟୁଡି କେସ ନଂ ୩/୨୦୨୫ରେ ଏକ ଅପମୃତ୍ୟୁ ମାମଲା ଋଜୁ ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ ମୃତକ ଜିତୁ ଶବର ବାପା ମାଁଙ୍କ ଗୋଟିଏ ମାତ୍ର ସାହାରା ତାଙ୍କ ପରିବାର ଏହି ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.