ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ପ୍ରେମବତୀ ଜାଲ ଯୋଗଦେଇ ଆତ୍ମରକ୍ଷା ତାଲିମର ଉପାଦେୟତା ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀନିବାସ ଗଡତ୍ୟା, ଜଗଦୀଶ ସିଂ ବାବୁ, ସୁରେଶ ଚନ୍ଦ୍ର ବାରିକଙ୍କ ସହ ଅଧ୍ୟାପିକା ବିନ୍ଦୁ ସାଗର ବେହେରା, ସଂଗୀତା ମେହେର, ନିକିତା ବିଶି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଂଯୋଜକ ରାଜନୀତି ବିଭାଗର ଅଧ୍ୟାପିକା ସଂଗୀତା ପ୍ରଧାନ ସଂଯୋଜନା କରିଥିବା ବେଳେ ଶାରୀରିକ ଶିକ୍ଷକ ନଳିନୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।