ଜଗତସିଂହପୁର : ପାରିବାରିକ କଳହରୁ ବାପା, ମାଆ ଓ ଭଉଣୀକୁ ହତ୍ୟା କଲା ପୁଅ ସୂର୍ଯ୍ୟକାନ୍ତ ସେଠୀ । ମୃତକମାନେ ହେଉଛନ୍ତି ବାପା ପ୍ରଶାନ୍ତ ସେଠୀ, ମାଆ କନକଲତା ସେଠୀ ଏବଂ ଝିଅ ମାମାଲି ସେଠୀକୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଜଗତସିଂହପୁର ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ସୋମବାର ବିଳମ୍ବିତ ରାତିରେ ଜୟ ବଡ଼ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁର ପ୍ରଶାନ୍ତ ସେଠୀ ଅରଫ କାଳିଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ଯାହାର ବୟସ ୨୨ ବର୍ଷ ହେବ । ସେ ବାପା ପ୍ରଶାନ୍ତ, ମାଆ କନକଲତା ଓ ଭଉଣୀ ମାମାଲିକୁ ପଥରରେ ଛେଚି ଅତି ବିଭତ୍ସ ଭାବେ ହତ୍ୟା କରିଛି ।ହତ୍ୟାକାଣ୍ଡ ପରେ ପୁଅ ପଡୋଶୀ ଲୋକଙ୍କ ଘରକୁ ଯାଇ ନିଜେ ହତ୍ୟା କରିଥିବା କହିଥିଲେ । ପରେ ପୋଷାକ ବଦଳାଇ ଘଟଣାସ୍ଥଳରୁ ଫେରାର ହୋଇଥିଲା ।ସୂର୍ଯ୍ୟକାନ୍ତ ପାଠ ପଢା ସାରି ଘରେ ରହୁଥିବା ବେଳେ ବାପା ବଜାରରେ ଲଣ୍ଡି କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ କେଉଁ କାରଣରୁ ସୂର୍ଯ୍ୟକାନ୍ତ ଏପରି କାଣ୍ଡ ଭିଆଇଲେ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ତଦନ୍ତ କରି ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରିବା ସହ ଜେରା ମଧ୍ୟ କରୁଛି ।