ସରକାରୀ ନୋଡାଲ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଫେବୃୟାରୀ ୨୮ କୁ ଜାତୀୟ ବିଜ୍ଞାନ ଦିବସ ରୂପେ ସେକ୍ଟର ୬ ସରକାରୀ ନୋଡାଲ ବିଦ୍ୟାଳୟ ଓ ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ମିଳିତ ଭାବରେ ପାଳନ କରାଯାଇଛି । ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସାର୍ ସି.ଭି ରମଣଙ୍କ ‘ରମଣ ପ୍ରଭାବ’ ଆଜିର ଦିନରେ ଆବିଷ୍କୃତ ହୋଇଥିବାରୁ । ଏହି ଦିନଟିକୁ ମନେ ପକେଇବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ତିଆରି କରିବା, ଗବେଷକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା, ଜନସାଧାରଣଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରିବା ଓ ବିଜ୍ଞାନ ମନସ୍କ ହେବାପାଇଁ ଏହି ଦିନଟିକୁ ପାଳନ କରାଯାଏ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର, ସମ୍ମାନନୀୟ ଅତିଥି ଡଃ ରାମକୃଷ୍ଣ ବିଶ୍ଵାଳ, ପ୍ରାଧ୍ୟାପକ, ମନୋବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଏନ. ଆଇ. ଟି ରାଉରକେଲା, ଡଃ. ସୁପ୍ରତିମ ଗୁପ୍ତା, ପ୍ରାଧ୍ୟାପକ, ବୈଦ୍ୟୁତିକ ବିଭାଗ, ଏନ.ଆଇ.ଟି, ରାଉରକେଲା, ବିଜ୍ଞାନ ଚେତନା ମଞ୍ଚ କର୍ମୀ, ଆଲୋକ ବେହେରା, ପରମେଶ୍ୱର ଓରାମ, ସୂର୍ଯ୍ୟ ନାରାୟଣ ପଣ୍ଡା, ଶେଖ୍ ଇସଲାମ୍ ପ୍ରଭୃତି ସାର ସି.ଭି ରମଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲାପରେ ପ୍ରଧାନ ଶିକ୍ଷୟିତ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାର୍ ସି.ଭି ରମଣଙ୍କ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ପ୍ରାୟ ସମସ୍ତଙ୍କ ବକ୍ତବ୍ୟରୁ ପରିଷ୍କାର ଜଣାପଡ଼ୁଥିଲା ଯେ ସମାଜକୁ ଅନ୍ଧ ବିଶ୍ୱାଶରୁ ମୁକ୍ତ କରିବା । ସମ୍ମାନୀତ ଅତିଥି ପ୍ର. ବିଶ୍ଵାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ ବିଜ୍ଞାନ ଭୂତକୁ ବିଶ୍ୱାସ କରେ ନାହିଁ । ଆମ ଭିତରେ ଥିବା ଡର ରୂପକ ଭୂତକୁ ପ୍ରଥମେ ବାହାର କରିବା ଦରକାର । ତେବେଯାଇ ଆମେ ବିଜ୍ଞାନ ମନସ୍କ ହୋଇ ପାରିବା । ପ୍ରଫେସର ଗୁପ୍ତା କହିଲେ ଯେ ଆମକୁ ବିଜ୍ଞାନ ଓ ଭ୍ରାନ୍ତ ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ହେବ ଓ ବିଜ୍ଞାନକୁ ବୈଜ୍ଞାନିକ ପଦ୍ଧତି ଦ୍ଵାରା ପରଖି, ସତ୍ୟକୁ ଗ୍ରହଣ କରିବାକୁ ହେବ । ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ କର୍ମକର୍ତ୍ତାମାନେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବି.ସି.ଏମ୍ ପକ୍ଷରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବରୁ ବିଦ୍ୟାଳୟର ବିଜ୍ଞାନ ଓ ଗଣିତ କ୍ଲବ ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ସମ୍ମାନୀତ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ତଥା ବିଜ୍ଞାନ କ୍ଲବର ତତ୍ତ୍ୱାବଧାରକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଓ ଆଗାମୀ ଦିନରେ ବିଜ୍ଞାନ ଆମର ଧର୍ମ ହେଉ ବୋଲି କହି ପ୍ରଧାନ ଶିକ୍ଷୟିତ୍ରୀ ସଭାକାର୍ଯ୍ୟ ସମାପନ କରିଥିଲେ ।

Leave A Reply

Your email address will not be published.