ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ହୋମଗାର୍ଡ ତଥା ପୂର୍ବତନ ୱାର୍ଡମେମ୍ବର କୃଷ୍ଣଚନ୍ଦ୍ର କଲତା(୭୦)ଙ୍କ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତିନି ଝିଅ, ଏକମାତ୍ର ପୁଅ, ଜ୍ୱାଇଁ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ପୂର୍ବରୁ ଯମୁନା ଗ୍ରାମର ୱାର୍ଡମେମ୍ବର ରୂପେ କାର୍ଯ୍ୟ କରିଥିଲେ । ଏହା ପରେ ସେ ହୋମଗାର୍ଡ ରୂପେ କାର୍ଯ୍ୟ କରୁଥିବା ବେଳେ ୨୦୧୯ ମସିହାରେ ମୁରିବାହାଲ ଥାନାରୁ ଅବସର ଗ୍ରହଣ କରିଥିଲେ । ସେ ଜଣେ ସ୍ପଷ୍ଟବାଦୀ, ଅମାୟିକ, ଆଧ୍ୟାତ୍ମିକ ସମ୍ପନ୍ନ ତଥା ଭଗବତ ପ୍ରେମୀ ବ୍ୟକ୍ତି ରୂପେ ଅଞ୍ଚଳରେ ସୁପରିଚିତ ଥିଲେ । ଶବାଧାରରେ ସମସ୍ତ ପରିବାର, ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ସାମିଲ ହୋଇ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏକମାତ୍ର ପୁଅ ଅଜିତ କଲତା ମୁଖାଗ୍ନି ଦେଇଥିଲେ ।