ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ(ଟିକିଫୁଲ) ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ କୈଳାସ ଚନ୍ଦ୍ର ଭୋଇ, ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ସୁରଥ ବେହେରା, ସମ୍ମାନିତ ବକ୍ତା ସିଆର୍ସିସି ପ୍ରମୋଦ କୁମାର କର୍ମୀ, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଦୀପକ ଦାସ ଯାଦବ, ହୁଲେଶ୍ୱର ହଂସ, ଅବସରପ୍ରାପ୍ତ ସୈନିକ ଚିତ୍ତରଞ୍ଜନ ସାହୁ, କୋଶଳୀ କବି ଭକ୍ତବନ୍ଧୁ ସାହୁ, ଅକ୍ଷୟ ସାହୁ, ମିନିକେତନ ସାହୁ ପ୍ରମୁଖ ଯୋଗଦେଇଥିଲ । ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର । ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମୂଳଦୁଆ । ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଵଳ ହୋଇଥାଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ଟିକେରାମ ଭୋଇ, ପ୍ରଶାନ୍ତ ମହାନ୍ତି, ଶିକ୍ଷୟିତ୍ରୀ ଝରଣା ଦାସ, କମିଟି ସଦସ୍ୟ ଅମିତ ରଣା, ସ୍ୱେଚ୍ଛାସେବୀ ବେଳାରସେନ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ନାଏବ ସରପଞ୍ଚ ଡାଲିମ୍ବ ଭୋଇ, ୱାର୍ଡ ସଭ୍ୟ ଗୋରେଖ ଭୋଇ, ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ, ତ୍ରିନାଥ ସାହୁ, ଧନମତୀ ଭୋଇ, ପୂର୍ବତନ ନାଏବ ସରପଞ୍ଚ ସୁବର୍ଣ୍ଣି ବାଗ, ରମାକାନ୍ତ ସାହୁ, ଅନ୍ତରାମ ସାହୁ, କମିଟି ଉମେଶ ଚନ୍ଦ୍ର ସାହୁ, ହେମବତୀ ବାଗ, ସଞ୍ଜୁଳା ସାହୁ, ଆଶା କର୍ମୀ ଟିବଲି ମୁଗ୍ରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ପଞ୍ଚୁ ଦୀପ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ କମିଟି ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।