ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହା ସହିତ ବିଜ୍ଞାନ ଓ ଗଣିତ କ୍ଲବର ଶିକ୍ଷା ଉତ୍ସବ ମଧ୍ୟ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ସଭାରେ ଶିକ୍ଷକମାନେ ବହୁମୂଲ୍ୟ ମତାମତ ଦେଇ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀ ଆଗ୍ରହର ସହ ବିଭିନ୍ନ ଶିକ୍ଷଣୀୟ ମୋଡେଲ ତିଆରି କରି ପ୍ରଦର୍ଶିତ କରିଥିଲେ । ମୋଡେଲ ତିଆରିରେ ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର, ବିକ୍ରମ ପୁରୋହିତ, ମନୋଜ ସ୍ଵାଇଁ, ଡି ରିଚେଲ ନାଗ ସହଯୋଗ କରିଥିଲେ । ସମସ୍ତ ଶିକ୍ଷକଙ୍କ ଦ୍ଵାରା ଏହା ଚୟନ କରାଯାଇଥିଲା । ଏହା ସହ କୁଇଜ୍, ବକ୍ତୃତା ପ୍ରତିଯୋଗିତା ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ହେମନ୍ତ ନାଗ, ଚନ୍ଦ୍ରଧ୍ଵଜ ଭୋଇ, ନିତେଶ ତାଣ୍ଡି, କଳାକାହ୍ନୁ ରଣା, ଶିଶିର ବୈଠାରୁ, ତଥା ପ୍ରଦୀପ ପୁଟେଲ, ନିଲାମ୍ଵର ରାଉତ, ସୁରେସ ମହାକୁର ପ୍ରମୁଖ ସହଯୋଗ କରିଥିଲେ । ସେହିପରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲାର ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ଚଳକୀ ସରପଞ୍ଚ ସତ୍ୟନାରାୟଣ ବୁଡେକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି ବାଗ, ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ସଭାପତି ଭାବରେ ଜାତୀୟ ବିଜ୍ଞାନ ଦିବସ ସମ୍ବନ୍ଧରେ ନିଜର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ଗଣିତ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ହେମନ୍ତ କୁମାର ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ଉମେଶ ମାଝୀ, ବିକାଶ ସାହୁ, ଦେବାଶିଷ ବାଗ, ଗୋବିନ୍ଦ ବଗର୍ତ୍ତି, ଦିବ୍ୟକାନ୍ତି ଭୋଇ ଓ ବିନୋଦିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।