oom

ଟିଟିଲାଗଡ଼ ଧବଳେଶ୍ଵର ବାବାଙ୍କ ଦର୍ଶନ କରି ମହାଶିବରାତ୍ରି ମେଳା ବୁଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ପୋଲିସ ଡିଆଇଜି ଓ ଏସ୍‌ପି

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ମହାଶିବରାତ୍ରି ମେଳା ଓ ବାବା ଧବଳେଶ୍ଵରଙ୍କ ଦର୍ଶନ କରିବା ପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓଡ଼ିଶା ସରକାରର ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣକୁ ରକ୍ଷା କରି ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଡ଼ି.ଆଇ.ଜି ହିମାଂଶୁ ଲାଲ, ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଦର୍ଶନ ଲାଭ କରିଥିଲେ । ତାପରେ ମହାଶିବରାତ୍ରି ମେଳା ବୁଲି ଦେଖିଥିଲେ । ସେଠାରେ ଆୟୋଜନ ହୋଇଥିବା ସଭାରେ ସମସ୍ତେ ଯୋଗ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅଳ୍ପ ସମୟ ମଧ୍ୟରେ ମହାରାଜ ସାଗରର ସୌନ୍ଦର୍ଯ୍ୟ କରଣ, କୁମଡା ପାହାଡ଼ର ଆଲୋକୀକରଣ ସହ ଉନ୍ନୟନ କାର୍ଯ୍ୟ କରି ସେ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ବିଧାୟକ ନବୀନ ଜୈନ, ବହୁ ବିଜେପି କର୍ମୀ ମାନେ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ ।

jittmm
Leave A Reply

Your email address will not be published.