ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନିକିଆ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଛତ୍ରପୁର ବ୍ଲକ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା, ପୋଡ଼ାପଦର, ଶ୍ରୀରାମଚନ୍ଦ୍ରପୁରକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଦିଗରେ ସମସ୍ତ ସୋପାନକୁ ପୂର୍ଣ୍ଣ କରିବା ସହିତ ସମସ୍ତ କର୍ମଚାରୀ ବହୁ ଉତ୍ତମ ଭାବରେ କାମ କରି ଆସୁଥିବା ବେଳେ ଯକ୍ଷ୍ମା ରୋଗର ମୂଳ ଉତ୍ପାଟନ ଦିଗରେ ନିଜକୁ ସାମିଲ ରଖିବା ଏବଂ ଯକ୍ଷ୍ମା ରୋଗର ୧୦୦ଦିନିଆ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ତ୍ଵରାନିତ କରାଯିବା ସହିତ ମାର୍ଚ୍ଚ ୨୪ ଜାତୀୟ ଯକ୍ଷ୍ମା ଦିବସକୁ ପାଳନ କରିବା ଦିଗରେ ବିଶଦ ଆଲୋଚନା ହୋଇଥିଲା । ସମସ୍ତ ତଥ୍ୟ ଅନୁଧ୍ୟାନ କରାଯାଇଥିବା ବେଳେ ଏହି ଆଲୋଚନା କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ୱାଧିନ ରଥ ,ଜିଲ୍ଲା ଯକ୍ଷ୍ମା ବିଭାଗର ପି.ଏମ୍‌.ଡି.ଟି ସଂଯୋଜକ ଏସ୍‌. ସାଇ ପ୍ରସାଦ, ଯକ୍ଷ୍ମା ସ୍ୱାସ୍ଥ୍ୟ ପରିଦର୍ଶକ ସି.ଏଚ୍‌. ଉର୍ମିଳା, ଜିଲ୍ଲା କଣ୍ଡକ୍ଟର ଆୟୁଷ୍ମାନ ଜେନା, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ବିଳାସିନୀ ସେନାପତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବ୍ଲକ କାର୍ଯ୍ୟକ୍ରମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଟି.ବି. ଚମ୍ପିୟାନ, ଆଶା ଦିଦି ପ୍ରମୁଖ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ’ ୨ୟ ଗଂଜାମ ଜିଲ୍ଲା ସ୍ଵାସ୍ଥ୍ୟ ମହୋତ୍ସବ ୨୦୨୫ରେ ୫ଟି ପଞ୍ଚାୟତ ଟି.ବି. ମୁକ୍ତ ପଞ୍ଚାୟତ କରିବା ଦିଗରେ ସ୍ଥିର କରିଥିଲେ ଏବଂ ଡାକ୍ତର ସ୍ଵାଧୀନ ରଥ ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପାଇ ସମ୍ମାନିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୫ଟି ପଞ୍ଚାୟତକୁ ଟି.ବି. ମୁକ୍ତ କରିବା ନେଇ ଇତି ମଧ୍ୟରେ ଏକ ବୈଠକ ଆୟୋଜନ ହୋଇ ନିଜେ ନିଜର ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.