oom

ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ କର୍ମକର୍ତ୍ତା ଚୟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାସ୍ତରୀୟ ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ ପୁଇଁତଲା ବ୍ଳକ ନିଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ମହୋତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ସର୍ବସମ୍ମତି କ୍ରମେ ଆସନ୍ତା ଏପ୍ରିଲ ମାସ ୨୭ ତାରିଖ ଦିନ ଜିଲ୍ଲା ସ୍ତରୀୟ ଗଣ୍ଡାବଜା ମହୋତ୍ସବ ଆୟୋଜନ କରିବାକୁ ସ୍ଥିରୀକୃତ ହୋଇଛି । ଏହି ବୈଠକରେ ଉପସ୍ଥିତ ସଦସ୍ୟଙ୍କ ମନୋନୟନକ୍ରମେ ସଭାପତି ଭାବରେ ତରଣୀସେନ ଦୀପଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଉପସଭାପତି ବୈକୁଣ୍ଠ ବାରିକ, ସିମେଇଚରଣ ଦୀପ, ସମ୍ପାଦକ ଭରତ ନାଗ, ଅଶୋକ କୁମାର ଦୀପ, ଆବାହକ ଜନ୍ମ ବାରିକ, କୋଷାଧ୍ୟକ୍ଷ ସୁଶାନ୍ତ ମଲ୍ଲିକ, ବିପିନ ବାରିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ନିଳାଚଳ ନନ୍ଦ, ଦିଲିପ ଦୀପ, କିର୍ତ୍ତନ ଦୀପ ପ୍ରମୁଖ ରହିଛନ୍ତି । ଉପଦେଷ୍ଟା ଭାବରେ ଅର୍ଜୁନ ମୁଗ୍ରୀ, ଜୌତିଷ ମୁଗ୍ରୀ, ଜପ ମୁଗ୍ରୀ, ମହଡ ବାରିକ ପ୍ରମୁଖ ରହିଥିବା ବେଳେ ଅନ୍ୟାନ୍ୟ କମିଟିରେ ଅଜିତ କୁଅଁର, ତୁଳସୀରାମ ଜାଲ, ସଞ୍ଜିବ ମୁନା, ମକାରୁ କୁଅଁର, ବାଲଗୋପାଲ ମହାନନ୍ଦ, ଶଙ୍କର ନନ୍ଦ ରହିଛନ୍ତି ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବ୍ଲକରୁ ଗଣ୍ଡାବଜା ଦଳମାନଙ୍କୁ ନିମନ୍ତ୍ରଣ କରାଯିବ । ଗଣ୍ଡାବଜା ଉପରେ ବିଷଦ ଆଲେଚନା ହେବା ସହିତ ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ରହିଛି ।

jittmm
Leave A Reply

Your email address will not be published.