csstore

ମାଲପାମୁଣ୍ଡା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଅମରକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ସମ୍ମାନିତ ଅତିଥିଭାବେ ତୁରେକେଲା ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ, ସରପଞ୍ଚ ଲୋକନାଥ ଥପା, ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ଅମରେନ୍ଦ୍ର କୁମାର ବାଗ, ସ୍ୱତନ୍ତ୍ର ଅତିଥିଭାବରେ ଗଜୟ କୁମାର ଦାଶ ଯୋଗଦେଇଥିଲେ । ତୁରେକେଲା ବ୍ଳକରେ ଭଲ ବିଦ୍ୟାଳୟ ତାଲିକାରେ ଏହି ବିଦ୍ୟାଳୟ ଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପଢିହାରୀ ନିଗ ବକ୍ତବ୍ୟରେ କହିଥିଲେ । ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାର୍ଜର ଭଳି କାମ କରିଥାଏ ବୋଲି ତୁରେକେଲା ସିଆରସିସି ବିରଞ୍ଚି ନାରାୟଣ ଦାଶ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ । ଅତିଥି ପରିଚୟ ଓ ପୂଜାର୍ଚ୍ଚନା ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ରାମ ପ୍ରସାଦ ବାଗ, ଡଗର କିଶୋର ବନଗୋଲା, ଆପୁ କୁମାର ଭୋଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧନେଶ୍ୱର ମାଝୀ ଓ ସମସ୍ତ ସଦସ୍ୟ, ସଦସ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.