centurian jitm

ଛତ୍ରପୁର ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର, ପଞ୍ଚମ ବାର୍ଷିକ ଉତ୍ସବରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ :

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଉତ୍ସବକୁ ଉଦ୍‌ଘାଟନ କରି ସମାଜରେ ବାପା ମାଆଙ୍କ ଅବସ୍ଥା ବର୍ତ୍ତମାନ ସମୟରେ ପୁତ୍ର, ବଧୁ ମାନଙ୍କ ଦ୍ୱାରା ଦୟନୀୟ ସ୍ଥିତି ଦୁଃଖ ଦାୟକ । ଏ ଦିଗରେ ବରିଷ୍ଠ ନାଗରିକ ମଞ୍ଚ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ବରିଷ୍ଠ ମଞ୍ଚ ପାଇଁ ଏକ ବୈଠକ ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର ପାଇଁ ପ୍ରତିଶୃତି ଦେଇଥିଲେ । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ପୌରହିତରେ ପରିଚାଳିତ ଏଇ ଉତ୍ସବରେ ମଞ୍ଚର ଆଇନ ପରାମର୍ଶଦାତା ଛତ୍ରପୁରର ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ବରିଷ୍ଠ ନାଗରିକ ମାନଙ୍କର ବହୁବିଧ ସମସ୍ୟ ସମାଧାନ କରିବା ପାଇଁ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍.ସାରଦା ରେଡି, ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମ, ପୂର୍ବତନ ସରପଞ୍ଚ କୁମାରୀ ପ୍ରଧାନ, ସମିତି ସଭ୍ୟ ମୀନା କୁମାରୀ ସାହୁ, ଛତ୍ରପୁରର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଆଡଭୋକେଟ ପ୍ରଦୀପ କୁମାର ପାଢୀ, ସମାଜ ସେବୀ ବନୁ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଏବଂ ବିଶିଷ୍ଟ ଅତିଥି ରୂପେ ଉଦ୍ଦୋଗ ପତି ଶୁଭେନ୍ଦୁ କୁମାର ସାହୁ ଓ ମଦନମୋହନ ପାଣିଗ୍ରାହୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚର ବିବରଣୀ ପାଠ କରିଥିଲେ । ଉପଦେଷ୍ଟା କୋରା ମହାରଣା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଗ୍ରାମର ଆଦର୍ଶ କୃଷକ, ଆଦର୍ଶ ଶ୍ରମିକ, ଆଦର୍ଶ କଳାକାର ଓ ଆଦର୍ଶ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଆଶୁତୋଷ ସାହୁ ଓ ଛାତ୍ରୀ ପ୍ରାଚୀ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ । ଶ୍ରେଷ୍ଠ ସମାଜସେବୀ ରୂପେ ରୋଟାରିଆନ ସୁଧାଂଶୁଶେଖର ଖଡ୍ଗରାୟଙ୍କୁ ମଧ୍ୟରୋଟାରୀ ଦିବସ ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇଥିଲ । ମଞ୍ଚର ସଂଯୋଜକ କାମରାଜୁ ମହାରଣା ମଞ୍ଚ ସଂଚାଳନ କରି ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କୋଷାଧଦକ୍ଷ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.