ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ମାତୃଭାଷା ଆଚାର୍ଯ୍ୟା ବିଶ୍ୱଜିତ ବରାଳ ଯୋଗଦେଇ ମାତୃଭାଷା ପ୍ରତି ଆମର ଅନୁରକ୍ତି ଓ ସ୍ୱତନ୍ତ୍ରତାର ପରିଚିତ କରାଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅଧ୍ୟକ୍ଷତା କରିବା ସାଂଗକୁ ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମାତୃଭାଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ଓ ଶିଶୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.