ବଲାଙ୍ଗିରରେ ଚାଞ୍ଚଲ୍ୟ : ବୋହୁର ଝୁଲନ୍ତା ମୃତଦେହ ଦେଖି ହୃଦଘାତରେ ଟଳିପଡ଼ିଲେ ଶାଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚାଞ୍ଚଲ୍ୟ । ବୋହୁର ଝୁଲନ୍ତା ମୃତଦେହ ଦେଖି ହୃଦଘାତରେ ଟଳିପଡ଼ିଲେ ଶାଶୁ । ବଲାଙ୍ଗିର ସହରର ଇନ୍ଦିରା ନଗରରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୋହୁ ଆନନ୍ଦିନୀ ସାହୁ ହୋଇଥିବା ବେଳେ ମୃତ ଶାଶୁଙ୍କ ନାମ ଜମ୍ବୁବତୀ ସାହୁ ବୋଲି ସୂଚନା ରହିଛି । ବଲାଙ୍ଗିର ଟାଉନ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟେ ଆନନ୍ଦିନୀଙ୍କ ବାପା ମୋ ଝିଅ ଆତ୍ମହତ୍ୟା କରିନି ବରଂ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିବା ବେଳେ କେଉଁ କାରଣରୁ ଏପରି ଘଟଣା ଘଟିଲା ତାହା ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.