csstore

୧୯୮୮ ବ୍ୟାଚ୍‌ର ସପରିବାର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ରାଜବୋଡାସମ୍ବର ହାଇସ୍କୁଲର ୧୯୮୮ ମସିହା ମ୍ୟାଟ୍ରିକ ବ୍ୟାଚ୍‌ର ସପରିବାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଲଖମରା ନିକଟସ୍ଥ ଦେବଦର୍ହା ଶିବ ମନ୍ଦିର ଠାରେ ୬୦ରୁ ଉର୍ଦ୍ଧ୍ୱ ବନ୍ଧୁ ସପରିବାରକୁ ନେଇ ସମସ୍ତେ ଏକାଠି ହୋଇଥିଲେ । ବନ୍ଧୁମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ପରେ ବନ୍ଧୁମାନେ ଏକାଠି ହୋଇ ଏକ ସଭାର ଆୟୋଜନ କରିଥିଲେ । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସଭାପତି ପ୍ରକାଶ ମେହେର, ସମାଜସେବୀ ଅଶୋକ ମିଶ୍ର, ଡାକ୍ତର ସଂଜୀବ କୁମାର ମିଶ୍ର, ସାମ୍ବାଦିକ ମନୋହର ଦାଶ, ପ୍ରମୋଦ କୁମାର ପଣ୍ଡା, ଦିଲ୍ଲୀପ ବାରିକ, ଅଭୟ ନାୟକ, ସରୋଜ ଷଡ଼ଙ୍ଗୀ, ସିମାଞ୍ଚଳ ମିଶ୍ର, ରବିନ୍ଦ୍ର ଦାଶ, ଉତ୍ତମ ନନ୍ଦ, ଜଗନ୍ନାଥ ଦୀପ ପ୍ରମୁଖ ଅନେକ ପୁରାତନ ଛାତ୍ରମାନେ ସପରିବାରକୁ ନେଇ ଏକାଠି ହୋଇଥିଲେ । ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.