ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜରାସିଂହା ଶାଶ୍ୱତ ଡିଗ୍ରୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରିତୀଶ ରଞ୍ଜନ ମିଶ୍ର (ଚିନୁ)ଙ୍କ ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଚିକିତ୍ସାଧିନ ଥିଲେ । ଶ୍ରୀ ମିଶ୍ର ଜଣେ ଆଧ୍ୟାତ୍ମନିଷ୍ଠ, ମିଷ୍ଟଭାଷୀ, ମେଳାପି ତଥା ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ସେ ବଲାଙ୍ଗିର ସୁଦପଡା ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ମିଶ୍ର ଓ ନିରୁପମା ମିଶ୍ରଙ୍କ କନିଷ୍ଠ ପୁତ୍ର ଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା ତାଙ୍କ କାକା କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ସଂପାଦନ ହୋଇଥିଲା । ଅନ୍ତେଷ୍ଟିକ୍ରିୟାରେ ତାଙ୍କର ବଡ ଭାଇ ଓ ଦୁଇ ଭିଣୋଇ ତଥା ବନ୍ଧୁବର୍ଗ ଉପସ୍ଥିତ ଥିଲେ ।
Next Post