csstore

ଓଡ଼ିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗିର ଶାଖର ଆନ୍ତଃ ଜିଲ୍ଲାସ୍ତରୀୟ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓଡ଼ିଶା ସୂଚନା ଅଧିକାର ଅଧିକାର ଶାଖା ତରଫରୁ ରାଜେନ୍ଦ୍ର କଲେଜ ଛକ ପାଖ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆନ୍ତଃ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆନୁକୁଲ୍ୟରେ ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି । ଦିନ ୧୧ ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ଗୋଲାମୁଣ୍ଡା ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟ ଓକିଲ ମନୋରଞ୍ଜନ ଜେନା ମୁଖ୍ୟବକ୍ତା ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପକ ମନୋଜ ନାଗ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା ବରିଷ୍ଠ ସୂଚନା ଅଧିକାର କର୍ମୀ ନିଳମଣୀ ଯୋଶୀ ଅନ୍ୟ ସୂଚନା ଅଧିକାର କର୍ମୀ ଶଙ୍କର ପାଣିଗ୍ରାହୀ, ଶିବ ପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଞ୍ଚି ବହିଦାର, ଜୟ ବିହାରୀ ବିଶ୍ୱାଳ, ସତ୍ୟ ବନଛୋର, କାଲିନ୍ଦ୍ରୀ ମାଝୀ, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସାମୁଏଲ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ବନଛୋର, ତ୍ରୟମ୍ଵକ ବାରିକ, ଗୋପବନ୍ଧୁ ଛତ୍ରିଆ, ସରୋଜ କୁମାର ମେଶ୍ଵା, ନରେଶ ବାଗ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରି ସୂଚନା ଅଧିକାର ଆଇନ ସମ୍ଵନ୍ଧୀୟ ଜ୍ଞାନ ଆହରଣ କରିଥିଲେ । ଦୁଇ ଦିନ ଧରି ଏହି କର୍ମଶାଳାରେ ଆସନ୍ତାକାଲି ଆଇନର କାର୍ଯ୍ୟକାରୀତା ସମ୍ବନ୍ଧରେ ତର୍ଜମା କରାଯିବ ସହିତ ଉଦ୍‌ଯାପିତ ହେବ ।

jayashree
Leave A Reply

Your email address will not be published.