
ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଭାରତ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିଛି । ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଆସନ୍ତାକାଲି (ରବିବାର) ଏହି ହାଇଭୋଲ୍ଟେଜ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ଚାହିଁଛନ୍ତି ଦର୍ଶକ ଦୁବାଇ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ପଞ୍ଚମ ମ୍ୟାଚ ଖେଳାଯିବ । ଏଥିରେ ଭାରତ ବନାମ ପାକିସ୍ତାନ ମୁହାଁମୁହିଁ ହେବେ ।