ଭୁବନେଶ୍ୱର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ । ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଏକ କାର୍ ଯୋଗେ କିଛି ଲୋକ ଭୁବନେଶ୍ୱର ଫେରୁଥିଲେ । ଗଙ୍ଗପଡ଼ା ଜାତୀୟ ରାଜପଥ ନିକଟରେ କାର୍କୁ ଏକ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ କାର୍ରେ ଥିବା ଯୁବକମାନେ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି ।
Prev Post