oom

ତୁରେକେଲା କ୍ଲଷ୍ଟରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟମାନଙ୍କରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ ସଭା ପରିଚାଳନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ନିବେଦିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍‌, ବକ୍ତୃତା ଓ ଶ୍ରୁତଲିଖନ କରାଯାଇ ପୁରସ୍କାର ପ୍ରଦାନ କରାଯାଇ ଶପଥ ପାଠ କରିଥିଲେ । ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷା ଦିବସର ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ, ଟିକେଶ୍ୱରୀ ସେଠ, ବିନୋଦିନୀ ତାଣ୍ଡୀ, ରଜନୀ ମେହେର ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦାଶ ଅତିଥିଭାବରେ ଯୋଗଦେଇ ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାର ଉପକାରିତା ଉପରେ ବୁଝେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀମାନେ ମାତୃଭାଷାରେ କିପରି ଗପ କହିବେ ପ୍ରୋତ୍ସାହିତ କରିଥିଲେ । ସେହିପରି ତୁରେକେଲା ଆଶ୍ରମ ବିଦ୍ୟାଳୟ, ବକବାହାଲ, ଗଇଁତାପଡା, ବାଞ୍ଜିପାଲି, ବାଗବେଲ, ଗଞ୍ଜାଉଡାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଦେବ ବଗର୍ତ୍ତୀ, ପାର୍ଥବ ମହାନନ୍ଦ, ଗୋପାଳ ଧରୁଆ, ସୂର୍ଯ୍ୟମଣି ସେଠ, ସୁକାନ୍ତି ମାଝୀ, ରାଜ କିଶୋର ନାଗ, ସୁରୁମଣି ମେହେର, ଧର୍ମବନ୍ତୀ ପୁଟା, ଡମ୍ବରୁ ମେହେର, ପ୍ରଫୁଲ୍ଲ ମାଝୀ, ପୀତାମ୍ବର ଲୁହା ପାଳନ କରିଥିଲେ ।

jittmm
Leave A Reply

Your email address will not be published.