csstore

ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ସିନାପାଲି, (କେପିଏନ୍‌ଏସ୍‌) : ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଦ୍ୱାଦଶ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିସହ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ନଅ କୁଣ୍ତୀୟ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞରେ ପୂର୍ଣ୍ଣାହୂତି ଘଟିଛି । ବାର୍ଷିକ ଉତ୍ସବର ମୁଖ୍ୟ ଆକର୍ଷଣ ପୁରୀରୁ ଆସିଥିବା ଜ୍ଞାନଯଜ୍ଞର ପ୍ରସିଦ୍ଧ ପ୍ରବଚିକା ସରୋଜିନୀ ଦେବୀଙ୍କ ଅମୃତବାଣୀ ଶୁଣିବାକୁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଥିଲା । ଉତ୍ସବର ଅନ୍ତିମ ଦିବସରେ ମନ୍ଦିର ପରିଚାଳନା ସମିତିର ସଭାପତି ବୈଶମ୍ପାୟନ ମେହେରଙ୍କ ଅଧ୍ୟକ୍ଷତାରେ ମନ୍ଦିରର ଆଜୀବନ ସଦସ୍ୟ ଏବଂ ଭୋଗଦାତାଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଡମ୍ୱରୁଧର ମେହେର, ପୂର୍ଣ୍ଣଚଂଦ୍ର ମେହେର, ଚିନ୍ତାମଣି ସାହୁ, ଲୋକନାଥ ମେହେର, ପ୍ରଦୀପ ଜୈନ, ତୁଳସୀରାମ ମେହେର, ପ୍ରମୋଦ ଯୋଷୀ, ତ୍ରିନାଥ ମେହେର ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ନବୀନ ଚଂଦ୍ର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସଂପାଦକ ତୁଳସୀରାମ ମେହେର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ବ୍ୟକ୍ତିମାନଙ୍କୁ ମନ୍ଦିର ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନୀଳାଂଚଳ ମେହେର ଧନ୍ୟବାଦ ଦେଇଥିଲେ । ଶେଷ ଦିନରେ ସମିତି ତରଫରୁ ସାମୁହିକ ଅନ୍ନପ୍ରସାଦ ସହ ଛପନ ଭୋଗର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ ମେହେର, ରାମକୃଷ୍ଣ ମେହେର, ମୁରଲୀ ମେହେର, ପ୍ରଦୀପ ମେହେର, ତିଳେଶ୍ୱର ମେହେର, ରୂପେଶ ଚଂଦ୍ର ମେହେର, ଶିବ ପ୍ରସାଦ ମେହେର, ବୈଷ୍ଣବ ମେହେର, ସୂରଜ ମେହେର, ଆଲୋକ ମେହେର, ରାଜୁ ମେହେର, ଜଗନ୍ୟ ମେହେର, ଶଙ୍କର ମେହେର, କିରଣ ମେହେର, ବୈବ ମେହେର, ଜଗମୋହନ ମେହେର, ବବଲୁ ମେହେର, ପିଲୁ ମେହେର, ଲୋକନାଥ ମେହେର, ମଣ୍ଟୁ ମେହେର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସିନାପାଲି ଅଂଚଳ ତଥା ଅଂଚଳ ବାହାରର ବିଭିନ୍ନ ବର୍ଗର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.